ଶତ୍ରୁଘ୍ନଙ୍କୁ ଦବଙ୍ଗ ଗର୍ଲଙ୍କ ସମର୍ଥନ

ପ୍ରେମକ୍ଷାଳୟରେ ପହଞ୍ଚିବା ଅପେକ୍ଷାରେ ଅଛି ଫିଲ୍ମ ‘କଲଙ୍କ୍‌’ । ଏହା ଏକ ମଲଫି ଷ୍ଟାରର୍‌ ଫିଲ୍ମ ହୋଇଥିବାବେଳେ ଫିଲ୍ମଟି ପୁରାତନକାଳରେ ଚାଲିଥିବା ରାଜଶାସନ ଉପରେ ଆଧାରିତ । ତେବେ ଦୀର୍ଘଦିନ ପରେ ସୋନାକ୍ଷୀ ଏକ ହାଇ ବଜେଟ୍‌ ଫିଲ୍ମରେ କାମ କରିଛନ୍ତି । ଆଗକୁ ସୋନାକ୍ଷୀ ସଲ୍ଲì ମିଆଁଙ୍କ ସହ ଫିଲ୍ମ ‘ଦବଙ୍ଗ ୩’ର ଶୁଟିଂ ଆରମ୍ଭ କରିଦେବେ । ନିକଟରେ ସୋନକ୍ଷୀ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ ଯେଉଁଠାରେ ତାଙ୍କୁ ଫିଲ୍ମ ବିଷୟରେ ପଚାରିବା ବଦଳରେ ବାପା ଶତ୍ରୁଘ୍ନ ବିିଜେପି ଦଳ ଛାଡ଼ିବା ସମ୍ବନ୍ଧରେ ପଚରା ଯାଇଥିଲା । ବାପାଙ୍କ ନିର୍ଣ୍ଣୟକୁ ସମର୍ଥନ ଜଣାଇ ଥିଲେ ଝିଅ ସୋନାକ୍ଷୀ । ଏ ନେଇ ସେ କହିଥିଲେ ‘ସଭିଏଁ ସେହି କାମ କରିବା ଉଚିତ୍‌ ଯାହା କରିବାରେ ସେମାନଙ୍କୁ ଖୁସି ମିଳେ… ଯଦି କୌଣସି କାର୍ଯ୍ୟରେ ମନକୁ ଶାନ୍ତି ମିଳୁ ନାହିଁ ତେବେ ସେ କାମକୁ ଛାଡଇଦେବା ଦରକାର ।’ ଏହା ସହ ସୋନାକ୍ଷୀ ଆଉ ମଧ୍ୟ କହିଛନ୍ତି ଯେ ବାପାଙ୍କୁ ଦଳରେ ପୂର୍ବଦିନ ଭଳି ସମ୍ମାନ ମିଳୁ ନ ଥିଲା । ଶତ୍ରୁଘ୍ନଙ୍କୁ ନିଜ ମନଲାଖି ଜାଗାରେ ଭୋଟ ଲଡିବା ପାଇଁ ଟିକେଟ୍‌ ମିଳି ନ ଥିବା କାରଣରୁ ସେ ଦଳ ଛାଡିଥିଲେ । ବର୍ତ୍ତମାନ ସେ କଂଗ୍ରେସର ହାତ ଧରିଥିବା ନେଇ ସୋନାକ୍ଷୀ ବାପାଙ୍କୁ ସମର୍ଥନ କରିବା ସହ ରାଜନୀତିରେ ବିଜୟ ହାସଲ କରିବା ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଶତ୍ରୁଘ୍ନ ସିହ୍ନା ଦୀର୍ଘଦିନ ଧରି ବିଜେପି ଦଳରେ ଜୋଡ଼ି ହୋଇ ରହିଥିଲେ ଦଳ ପାଇଁ ଶତ୍ରୁଘ୍ନ ଅନେକ ଥର ବିବାଦୀୟ ବୟାନ ଦେଇ ସମାଲୋଚିତ ହୋଇଛନ୍ତି ।