ଜିନ୍ସ କିଣିବାବେଳେ ନିଜ ଶରୀରକୁ ଦେଖି ଜିନ୍ସ ବାଛିବା ଦରକାର । ଏପରି ଜିନ୍ସ ବାଛିବା ଦରକାର ଯାହାକୁ ପିନ୍ଧି ଜଣେ ବେଶ୍ ସହଜ ଅନୁଭବ କରିବା ସହିତ ଶରୀରରେ ଫିଟ୍ ହୋଇ ରହୁଥିବା ଜରୁରୀ । ଯଦି ଏହା ଅଣ୍ଟା ପାଖରେ ଟାଇଟ୍ ହୋଇ ରହୁଥିବାବେଳେ ଆଣ୍ଠୁ ପାଖରେ ଢିଲା ହୋଇ ରହୁଥିବ ତେବେ ପିନ୍ଧିବାକୁ ବେଶ୍ ଅଡୁଆ ଲାଗିବ । ଜିନ୍ସ କିଣିବାବେଳେ ଅଣ୍ଟାର ସାଇଜ୍ ଦେଖି ଜିନ୍ସ ନ କିଣି ନିଜ ଫିଗର୍କୁ ଦେଖି ଜିନ୍ସ ବାଛିବା ଜରୁରୀ ।
* ଅଧିକ ମୋଟୀ ମହିଳାମାନେ ସ୍କିନି ଜିନ୍ସ ପିନ୍ଧିବା ଚେଷ୍ଟା କର;ୁ । ଆଗପାଖରେ ପ୍ଲିଟ୍ ଥିବା ସ୍କିନି ଜିନ୍ସ କିଣିଲେ ସେମାନଙ୍କ ଜଙ୍ଗ ମୋଟା ଦେଖାଯିବ ନାହିଁ । ଯେତେସମ୍ଭବ ଷ୍ଟ୍ରେଟ୍ କଟିଂ ଯୁକ୍ତ ଜିନ୍ସ କିଣିବା ଭଲ ।
* ମଧ୍ୟମ ଧରଣର ମହିଳାଙ୍କ ପାଇଁ ଏପରି ଜିନ୍ସ ବାଛିବା ଦରକାର ଯେଉଁଥିରେ ସେମାନଙ୍କ ଅଣ୍ଟା ବେଶୀ ଚଉଡା ଜଣା ପଡିବ ନାହିଁ । ବଡ ବଡ ପକେଟ୍ ଥିବା ତଥା ବୁଟ୍ ଲେଗ୍ ଜିନ୍ସ ପିନ୍ଧିଲେ ଭଲ । ଯେତେ ସମ୍ଭବ ଛୋଟ ପକେଟ୍ଥିବା ଫେଡେଡ୍ ଜିନ୍ସ କିଣିବା ପାଇଁ ଚେଷ୍ଟା କର;ୁ ।
* ସେହିଭଳି ପତଳା ଝିଅମାନେ ଲୁଜ୍ ଜିନ୍ସ ପିନ୍ଧିଲେ ସେମାନେ ମୋଟା ଲାଗିବେ । ଏମାନେ ଯେତେ ସମ୍ଭବ ଲୋ େୱଷ୍ଟ ବଡ ବଡ ପକେଟ୍ ଥିବା ଜିନ୍ସ ପିନ୍ଧିବାରୁ ନିବୃତ୍ତ ରୁହ;ୁ । ସ୍କିନି କିମ୍ବା ଜେଗିଙ୍ଗ ଜିନ୍ସ ଏମାନଙ୍କୁ ଅଧିକ ସୁଟ୍ କରିଥାଏ ।
Prev Post
Next Post