ନୂଆଦିଲ୍ଲୀ,୨୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ ଦେଉଥିବା ଦେଶ ବଞ୍ଚାଅ ସ୍ଲୋଗାନ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ୍ କରିଛନ୍ତି। ରାହୁଲ କହିଛନ୍ତି ଯେ, ମୋଦି ସରକାରଙ୍କଠାରୁ ଆସନ୍ତା ଶହେ ଦିନ ପରେ ଦେଶକୁ ମୁକ୍ତି ମିଳିବ। ତେଣୁ ମୋଦି ଏତେ ବ୍ୟସ୍ତ ନ ହୋଇ ନିଜ ଭାଷଣରେ ଏଭଳି ସ୍ଲୋଗାନ୍ ଦେବାରୁ ଦୂରେଇ ରୁହନ୍ତୁ। ରାହୁଲଙ୍କ ଟୁଇଟ୍ ନେଇ ଏବେ ଦେଶ ବ୍ୟାପି ଆରମ୍ଭ ହୋଇଛି ଚର୍ଚ୍ଚା।