ଭୁବନେଶ୍ୱର, ୨୬/୧୧ : ପୁରୁଷ ହକି ବିଶ୍ୱକପରେ ଯୋଗ ଦେବାକୁ ଭୁବନେଶ୍ୱର ଆସୁଥିବା ବଲିଉଡର ବାଦଶାହ ଶାହରୁଖ ଖାନଙ୍କୁ ଆଉ ବିରୋଧ କରିବ ନାହିଁ କଳିଙ୍ଗ ସେନା । ହକି ଇଣ୍ଡିଆର ଅନୁରୋଧ ପରେ ବିରୋଧ ପ୍ରଦର୍ଶନରୁ ଓହରୀ ଜିବାର ଘୋଷଣା କରିଛନ୍ତି କଳିଙ୍ଗ ସେନା ।
କଳିଙ୍ଗ ସେନାର କାର୍ଯ୍ୟକର୍ତ୍ତା ଏବଂ ହକି ଇଣ୍ଡିଆର ଅଧିକାରୀଙ୍କ ମଧ୍ୟରେ ସୋମବାର ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ହକି ବିଶ୍ୱକପ ଭଳି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ସମୟରେ ରାଜ୍ୟ ଏବଂ ଦେଶର ଖ୍ୟାତିକୁ ଆଖିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
କଳିଙ୍ଗ ସେନାର ମୁଖ୍ୟ ହେମନ୍ତ ରଥ କହିଛନ୍ତି କି, ହକି ଇଣ୍ଡିଆର ଅଧ୍ୟକ୍ଷ ମୋହମ୍ମଦ ମୁସ୍ତାକ ଅହମ୍ମଦ ଏବଂ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆମେ ଏହି ବିରୋଧ ପ୍ରଦର୍ଶନକୁ ରଦ୍ଧ କରୁଛୁ । କି;ୁ ଏହାର ଅର୍ଥ ନୁହେଁ ଯେ, ଆମେ ତାଙ୍କୁ କ୍ଷମା କରିଦେଇଛୁ ।
ପୂର୍ବରୁ ‘ଅଶୋକା’ ଚଳଚ୍ଚିତ୍ରରେ ଓଡ଼ିଆଙ୍କୁ ଏବଂ ଓଡ଼ିଶାର ଇତିହାସକୁ ବିକୃତ କରିଥିବା ଅଭିଯୋଗ କରି କଳିଙ୍ଗ ସେନା ପକ୍ଷରୁ ଶାହରୁଖ ଖାନଙ୍କୁ ବିରୋଧ କରିବା ଲାଗି ଧମକ ଦିଆଯାଇଥିଲା । ଶାହାରୁଖ ଓଡିଶା ଆସିଲେ ତାଙ୍କ ଉପରକୁ କାଳି ପକାଇବାର ଧମକ ଦେଇଥିଲେ କଳିଙ୍ଗ ସେନା । ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି ଶାହାରୁଖ ସ୍ୱ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟ୍ ଯୋଗେ ଓଡିଶା ଆସିବେ । ଏହା ପରେ ସିଧାସଳଖ ସେ ରିହର୍ସଲ ପାଇଁ ଷ୍ଟାଡିୟମ ଯିବେ । କୌଣସି ହୋଟେଲକୁ ନଯାଇ ନିଜ ଭ୍ୟାନିଟି ଭ୍ୟାନରେ ହିଁ ସେ ବିଶ୍ରାମ ନେବେ । ସେଠାରୁ ହିଁ ସେ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରିବେ । କାର୍ଯ୍ୟକ୍ରମ ପରେ ଭ୍ୟାନିଟି ଭ୍ୟାନରେ ହିଁ ସିଧାସଳଖ ବିମାନବନ୍ଦର ଯାଇ ଚାଟାର୍ଡ ଫ୍ଲାଇଟ୍ ଯୋଗେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
Prev Post
Next Post