ଭୁବନେଶ୍ୱର,୨୮/୧୧: ରାଜ୍ୟ ସରକାର ଶିକ୍ଷକମାନଙ୍କୁ ଖୁସି କରିବା ପାଇଁ ନୂଆ କାର୍ଡ ଖେଳିଛନ୍ତି । ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ଏମଇ ସ୍କୁଲର ଶିକ୍ଷକଙ୍କ ସହ ସଂସ୍କୃତ ଟୋଲ ଓ ମାଦ୍ରାସା ଶିକ୍ଷକ ଏବଂ କର୍ମଚାରୀଙ୍କ ସରକାର ପାଇଁ ସହାୟତା ରାଶି ସରକାର ଘୋଷଣା କରିଛନ୍ତି ।
ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ସୂଚନାନୁସାରେ, କୌଣସୀ ଶିକ୍ଷକ ଏବଂ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହାସହ କୌଣସୀ କାରଣରୁ ଅକର୍ମଣ୍ୟ ହେଲେ ଦେଢଲକ୍ଷ ଟଙ୍କା ପ୍ରଦାନ କରାଯିବ ।