ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

0

ନୂଆଦିଲ୍ଲୀ,୧୬/୧୧: ଶିଳ୍ପପତି ମହିମା ନନ୍ଦ ମିଶ୍ରଙ୍କ ପୁନଃ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।୨୦୧୬ରେ ପାରାଦୀପସ୍ଥିତ ତାରିଣୀଗଡ଼ା ଠାରେ ସ୍ୱିଓ୍ଵଜ୍‌ କମ୍ପାନି ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମହିମା ମିଶ୍ର ପୂର୍ବରୁ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲେ। ଏହା ପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବର ୧୮ରେ ମହିମା ମିଶ୍ରଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ପୁଣି ଥରେ ପୁନଃବିଚାର ପାଇଁ ଆବେଦନ କରିଥିଲେ,ଏହାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

Leave A Reply

Your email address will not be published.