ବର୍ତ୍ତମାନ ଥଣ୍ଡାର ପ୍ରକୋପ ବଢିଯାଇଛି । ତେବେ ଦୁନିଆର ସବୁଠାରୁ ଅଧିକ ଥଣ୍ଡା ହେଉଥିବା ସହର ବିଷୟରେ ଜାଣନ୍ତୁ । ରୁସ୍ର ସାଇବେରିଆରେ ଏକ ଅଞ୍ଚଳ ରହିଛିି ନୋରିଲ୍ସ୍କରେ ସବୁଠାରୁ ଅଧିକ ଥଣ୍ଡା ହୋଇଥାଏ । ଏହି ଅଞ୍ଚଳରେ ରହୁଥିବା ଲୋକମାନେ ଡିସେମ୍ବର ଓ ଜାନୁଆରୀ ମାସରେ ସୂର୍ଯ୍ୟ ଦେଖିପାରନ୍ତି ନାହିଁ । ତେଣୁ ସେହି ସମୟରେ ସେଠାକାର ଲୋକେ ଡିପ୍ରେସନ ଭଳି ଏକ ରୋଗରେ ପୀଡିତ ହୁଅନ୍ତି ଯାହାକୁ ନାଇଟ୍ ସିଣ୍ଡ୍ରୋମ କୁହାଯାଉଛି । ଏଠାରେ ବର୍ଷର ୩୬୫ ଦିନରୁ ୨୭୦ ଦିନ ବରଫ ଜମା ହୋଇରହିଥାଏ ଫଳରେ ତାପମାତ୍ରା ମାଇନସ୍ ୫୫ ଡିଗ୍ରୀରେ ପହଞ୍ଚିଯାଏ । ଅନ୍ୟ ଦିନମାନଙ୍କରେ ସାଧାରଣ ଭାବେ ୧୦ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରହିଥାଏ । ଏଠାରେ ପବ୍ଲିକ୍ ଟ୍ରାନ୍ସପୋର୍ଟ, କାଫେ, ଚର୍ଚ୍ଚ, ବାର୍, ଆର୍ଟ ଗ୍ୟାଲେରୀ ଓ ଥିଏଟର ମଧ୍ୟ ରହିଛି । ଏଠାକାର ଅଧିବାସୀମାନେ ସୁଖସ୍ୱାଚ୍ଛନ୍ଦରେ ଜୀବନ ଅତିବାହିତ କରନ୍ତି । ନାରିଲକ୍ସ ସବୁଠାରୁ ଧନୀ ସହର ବୋଲି କୁହାଯାଏ । କାରଣ ଏଠାରେ ପ୍ରଚୁର ପରିମାଣର ନିକେଲ୍, ପ୍ଲାଟିନମ୍ ଓ ପେଲେଡ଼ିୟମ୍ ଉପିନ୍ନ ହୁଏ । ସମୁଦାୟ ଜିଡିପିର ୨ ପ୍ରତିଶତ ଏଠାରୁ ଜାତ ହୁଏ ବୋଲି କୁହାଯାଏ ।