ଶୀଲା ଦୀକ୍ଷିତଙ୍କ ହାତରେ ପୁଣି ଥରେ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଦାୟିତ୍ଵ

0

ନୂଆଦିଲ୍ଲୀ ,୧୦/୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ହାତରେ ପୁଣି ଥରେ ପ୍ରଦେଶ କଂଗ୍ରେସର ଦାୟିତ୍ଵ ଆସିଛି। ଅଜୟ ମାକନଙ୍କ ଇସ୍ତଫା ପରେ ଆଶା କରାଯାଉଥିଲା ଯେ ଅନୁଭବୀ ଦୀକ୍ଷିତଙ୍କୁ ହିଁ ପାର୍ଟିର ଦାୟିତ୍ଵ ଦିଆଯିବ। କଂଗ୍ରେସ ନେତା ପିସି ଚାକୋ ଶୀଲା ଦୀକ୍ଷିତଙ୍କୁ କଂଗ୍ରେସର ମୁଖ୍ୟ କରାଯିବାର ଘୋଷଣା କରିଛନ୍ତି। ଏହା ସହିତ ହାରୁନ ୟୁସୁଫ, ରାଜେଶ ଲିଲୋଠିଆ, ଦେବେନ୍ଦ୍ର ଯାଦବଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ଘୋଷଣା ହେବା ପରେ ଶୀଲା ଦୀକ୍ଷିତ କହିଛନ୍ତି ଯେ ମୁଁ ନିଜକୁ ସମ୍ମାନିତ ଅନୁଭନ କରୁଛି ଯେ ପାର୍ଟି ମୋତେ ଏହି ସୁଯୋଗ ଦେଇଛି।

କୁହାଯାଉଛି ଯେ , ମାକନ ଆପ୍ ସହିତ ମେଣ୍ଟ ସମ୍ଭାବନାକୁ ଦେଖି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଅନୁଭବୀ ପୁରୁଣା କଂଗ୍ରେସ ନେତାଙ୍କୁ ପଦ ଦେବା ଆଧାରରେ ରାହୁଲ ଗାନ୍ଧୀ ଶୀଲାଙ୍କୁ ଦିଲ୍ଲୀର ଦାୟିତ୍ଵ ପ୍ରଦାନ କରିଛନ୍ତି। ଅନ୍ୟ ପଟେ ମାକନ ଟ୍ଵିଟ୍ କରି ଶୀଲାଙ୍କୁ ପୁଣି ଥରେ ପ୍ରଦେଶ ଅଧ୍ୟକ୍ଷ ହେବାର ଶୁଭକାମନା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ,୨୦ ବର୍ଷ ପରେ ଶୀଲା ଦୀକ୍ଷିତ ପିସିସିର ମୁଖ୍ୟ ହେବେ। ମାକନ ଲେଖିଛନ୍ତି ଯେ ମୋତେ ବିଶ୍ଵାସ ଯେ ଶୀଲାଙ୍କ ନେତୃତ୍ଵରେ ଆମେ ମୋଦୀ+କେଜ୍ରିଓ୍ଵାଲ ସରକାରଙ୍କ ବିରୋଧରେ ଏକ ସଶକ୍ତ ବିରୋଧୀର ଭୂମିକା ନିଭାଇବୁ।
ଦିଲ୍ଲୀରେ କଂଗ୍ରେସକୁ ଏମିତି ଜଣେ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି ଯିଏ ପାର୍ଟିକୁ ତୃତୀୟ ସ୍ଥାନରୁ ଉପରକୁ ନେଇ ପାରିବ। ଅଜୟ ମାକନ ସ୍ଵାସ୍ଥ୍ୟଜନିତ କାରଣ ଦର୍ଶାଇ ପଦ ଛାଡିବା ପରେ ଦିଲ୍ଲୀ ପାଇଁ ଦୀକ୍ଷିତଙ୍କଠୁ ଭଲ ବ୍ୟକ୍ତି ମଧ୍ୟ ନଜର ଆସୁନଥିଲେ। ଶୀଲାଙ୍କ ବ୍ୟକ୍ତିତ୍ଵ ଓ ଅନୁଭବ ସମସ୍ତଙ୍କ ଉପରେ ଭାରି ପଡିଥିଲା।

Leave A Reply

Your email address will not be published.