ଶୂନ୍ୟରେ ଝୁଲୁଥିବା ମହିଳା

0

ବର୍ତ୍ତମାନ ସମୟରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲୋକେ କୌଣସି ବି ବିଚିତ୍ର କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ନିଜର ଏପରି ସଉକ ପାଇଁ କିଛି ଲୋକ ପାଗଳାମୀର ରାସ୍ତା ମଧ୍ୟ ଆପଣାଉଛନ୍ତିି । ଏପରି ଜଣେ ମହିଳା ଅଛନ୍ତି ଯାହଙ୍କସଉକ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ପଡ଼ିବେ । ଏହି ମହିଳା ଜଣକ ନିଜ ଶରୀରରେ ମୁନିଆ ହୁକ ଲଗାଇ ଗୋଟେ ଘଣ୍ଟା ଶୁନ୍ୟରେ ରହୁଛନ୍ତିା ଏହି ମହିଳା ଜଣକ ନା’ ହେଉଛି କ୍ୟାଟଲିନ୍‌, ଯେକି ନିଜ ଶରୀରର ଅଧିକାଂଶ ଭାଗରେ ହୁକ୍‌ କୁ ତିକ୍ଷଣଭାବରେ ଭେଦ କରି ନିଜକୁ ଶୂନ୍ୟରେ ଓହଳନ୍ତି । ଏହିପରି ଦୁଃସାହସ କାର୍ଯ୍ୟ କରିବା ସହ କ୍ୟାଟଲିନ୍‌ କୁହନ୍ତି ଯେ, ମୁଁ ମୋ ଶାରୀରର କଷ୍ଟକୁ ସହନ କରିବାର କ୍ଷମତା ଜାଣିବାକୁ ଚାହୁଁଛି । ତାଙ୍କର ବିଶ୍ୱାସ ଯେ, ଏଥିରେ ତାଙ୍କ ମନରେ ଥିବା ସବୁ ନକାରାତ୍ମକ ଚିନ୍ତା ବାହାରିଯାଏ ଏବଂ ସକାରାତ୍ମକ ଚିନ୍ତାମାନ ତାଙ୍କ ଶରୀରରେ ପବେଶ କରେ । ଅକ୍ୟାଟଲିନ୍‌ର ବିଗତ ଛଅ ବର୍ଷରୁ ଏପରି ଶୂନ୍ୟରେ ଭାସିବା କାର୍ଯ୍ୟରେ ଲିପ୍ତ ଅଛନ୍ତି । ତାଙ୍କ ପାଇଁ ଏହା ଏକ ସଉକ ହୋଇଥିଲେ ହେଁ ,ଲୋକଙ୍କ ପାଇଁ ଏହା ଘୋର କଷ୍ଟଦାୟକ ।

Leave A Reply

Your email address will not be published.