ପ୍ରତିଦିନ ବିବାହକୁ ନେଇ କିଛି ନା କିଛି ଅଜବ ଖବର ସାମ୍ନାକୁ ଆସୁଛି । ନିକଟରେ ଆମେରିକାର ଏକ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କି;ୁ ବିବାହ ପାଇଁ ସେ କୋðଣସି କୋର୍ଟ କିମ୍ବା ଚର୍ଚ୍ଚାକୁ ବାଛି ନଥିଲେ ବରଂ ଏଥିପାଇଁ ସେମାନେ ଏକ ଶୋðଚାଳୟକୁ ଚୟନ କରିଥିଲେ । ଉଭୟ ଅଦାଲତର ଶୌଚାଳୟ ମଧ୍ୟରେ ବିବାହ କରିଥିଲେ । ଯେତେବେଳେ କି ଏହି ଦମ୍ପତିଙ୍କ ବିବାହ ବନ୍ଦ ହେବା ନେଇ ଆଶଙ୍କା ଉପୁଜିଲା, ସେହି ସମୟରେ ଉଭୟ ଉକ୍ତ ଶୌଚାଳୟ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାର ନିଷ୍ପତ୍ତି ନେଇଥିଲେ । ଦୁଇ ପ୍ରେମୀ ମାରିଆ ଓ ବ୍ରାଏନ୍ ନିଜ ନିଜର ପରିବାର ଓ ବନ୍ଧୁଙ୍କ ସହ କୋର୍ଟକୁ ବିବାହ ପାଇଁ ଆସିଥିଲେ । ସେହି ସମୟରେ ବ୍ରାଏନ୍ଙ୍କ ମା’ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ କୋର୍ଟର ଶୌଚାଳୟକୁ ନେଇଯାଇଥିଲ । ସେଠାରେ ତାଙ୍କର ଚିକିସିା କରାଯାଇଥିଲା । ଯଦି ସେହିଦିନ ବିବାହଟି ହୋଇଥାନ୍ତି ତେବେ କୋର୍ଟରେ ବିବାହ ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିଥାନ୍ତା ଏହାପରେ ପୁଣି ୪୫ଦିନ ଅପେକ୍ଷା କରିବାକୁ ପଡ଼ିଥାନ୍ତା କାରଣରୁ ଉଭୟ ବର ଏବଂ ବଧୂ ବିବାହ ବନ୍ଧନରେ ବାନ୍ଧି ହେବାର ନିଷ୍ପତ୍ତି ନେଇଥିଲେ । ଶୋðଚାଳୟ ମଧ୍ୟକୁ ବିଚାରପତିଙ୍କୁ ବି ଡକାଯାଇଥିଲା ତାପରେ ସେଠାରେ ବିବାହ ସମ୍ପନ୍ନ ହୋଇଥିଲା ।