ଶ୍ରଦ୍ଧା ଏବେ ପୂରା ବ୍ୟସ୍ତ

0

ନିକଟରେ ବ୍ୟାଡ଼୍‌-ମିଣ୍ଟନ ତାରକା ସାଇନା ନେହେୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସାଇନାଙ୍କ ଏହି ଖୁସି ଅବସରରେ ସାଙ୍ଗସାଥୀ, ପରିବାର, ପରିଜନ ଲୋକ ସାମିଲ ହୋଇଥିଲେ କିନ୍ତୁ ଜଣଙ୍କର ଅନୁପସ୍ଥିତି ସାଇନାଙ୍କୁ ପକାଇ ଦେଇଛି ଅଡ଼ୁଆରେ । ବଲିଉଡ଼ର ‘ସ୍ତ୍ରୀ’ମାନେ ଶ୍ରଦ୍ଧା କପୁରଙ୍କ ଅନୁପସ୍ଥିତି ପାଇଁ ସାଇନାଙ୍କ ଆଗରେ ଏବେ ଅନେକ ପ୍ରଶ୍ନ । ଚଳିତ ବର୍ଷ ସେପେଫମ୍ବର ମାସ ଆଡ଼କୁ ଶ୍ରଦ୍ଧା ଓ ସାଇନା ଏକାଠି ଥିବା ଅନେକ ଫଟୋ ସବୁ ସୋସାଲ ମିଡ଼ିଆରେ ଘୁରିବୁଲୁଥିଲା । ତେବେ ଏମାନେ ଏକାଠି ଦେଖାଯିବାର କାରଣଟି ହେଉଛି ଆଗାମୀ ଦିନରେ ସାଇନାଙ୍କ ବାଇଓପିକ୍‌ ନିର୍ମାଣ ହେବାକୁ ଯାଉଛି ଓ ଏହି ଫିଲ୍ମରେ ସାଇନାଙ୍କ ଚରିତ୍ରରେ ଶ୍ରଦ୍ଧା ଅଭିନୟ କରିବେ । ଅବିକଳ ସାଇନାଙ୍କ ପରି ଫିଲ୍ମରେ ଖେଳିବା ପାଇଁ ଓ ବ୍ୟାଟ୍‌ମିଣ୍ଟନ ଖେଳର କୌଶଳ ଜାଣିବା ପାଇଁ ସାଇନା ଓ ଶ୍ରଦ୍ଧା ଏକାଠି ହୋଇଥିଲେ । ଯାହାଫଳରେ ଗତ ସେପଫମ୍ବରରେ ଏମାନଙ୍କ ଫଟୋ ବହୁମାତ୍ରାରେ ସେୟାର କରାଯାଇଥିଲା ସୋସାଲ ମିଡିଆରେ । ଏନେଇ ଟି-ସିରିଜ ପ୍ରଯୋଜନା ସଂସ୍ଥା ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି ଓ ଆସନ୍ତା ବର୍ଷ ସାଇନାଙ୍କ ବାଇଓପିକ୍‌ ରିଲିଜ ହେବାକୁ ନେଇ ଘୋଷଣା କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଅଧାରେ ଅଟକି ଯାଇଛି । ପ୍ରାକଫିସ୍‌ ପାଇଁ ସାଇନାଙ୍କୁ ଶ୍ରଦ୍ଧା ଯେଉଁ ସମୟ ଦେଇଥିଲେ ସେହି ସମୟକୁ ଶ୍ରଦ୍ଧା ନିଜର ଆଗାମୀ ଫିଲ୍ମ ‘ଛିଛୋରେ’ ଓ ‘ସାହୋ’ର ସୁଟିଂରେ ଦେଇଦେଇଛନ୍ତି । ଜାନୁଆରୀରେ ଫିଲ୍ମର ସୁଟିଂ ଆରମ୍ଭ ହେବା ପାଇଁ ଚୁକ୍ତି ହୋଇଥିଲା । ଶ୍ରଦ୍ଧାଙ୍କ ହାତରେ ଏବେ ସମୟର ଅଭାବ ଯାହାପାଇଁ ସେ ସଶିନାଙ୍କ ବିବାହ ପାର୍ଟିରେ ସାମିଲ ହୋଇପାରି ନାହାନ୍ତି କି ସାଇନାଙ୍କ ପାଇଁ ତାଙ୍କ ପାଖେ ସମୟ ନାହିଁ । ବାଇସପିକ୍‌ର ସୁଟିଂ କାର୍ଯ୍ୟ ଜାନୁଆରୀରେ ସୁଟିଂ ନହୋଇ ଆସନ୍ତାବର୍ଷ ଶେଷ ଆଡ଼କୁ ସୁଟିଂ କାର୍ଯ୍ୟ ଆରମ୍ଭ ହେବାକୁ ଯାଇଛି । ଯାହାଫଳରେ ସାଇନାଙ୍କ ବାଇଓପିକ୍‌, ଯାହା ଆସନ୍ତା ବର୍ଷ ରିଲିଜ ହେବାର ଥିଲା ତା’ ୨୦୨୦ ମସିହା ଗ୍ରୀଷ୍ମ ଛୁଟିରେ ରିଲିଜ ହେବ ।

Leave A Reply

Your email address will not be published.