ରାଉରକେଲା, ୯/୧ : ଦେଶରେ ଶ୍ରମିକମାନେ ବିଭିନ୍ନ ଦାବି ନେଇ ଧର୍ମଘଟ ଜାରି ରଖିଥିବା ସମୟରେ ରାଉରକେଲା ଝିରପାଣିରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଙ୍ଗପୁର ମଜଦୁର ମଂଚର ଶ୍ରମିକ ନେତା ଚକ୍ରଧର ମହାନ୍ତଙ୍କ ଘରେ ଦୁର୍ବୃତମାନେ ନିଆଁ ଲଗାଇ ଦେଇ ଫେରାର ହୋଇ ଯାଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୃତମାନେ ଘରର କବାଟକୁ ବାହାରୁ ବନ୍ଦ କରିଦେଇ ନିଆଁ ଲଗାଇ ଦେଇଥିଲେ । ନିଆଁରେ ଦୁଇଟି କୁଲର, ତିନୋଟି ସ୍କୁଟି ଓ ଗୋଟିଏ ବାଇକ ପୋଡି ଜଳି ଯାଇଥିବାବେଳେ କୌଣସି ଜୀବନ ହାନି ହୋଇ ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନେ ଏଭଳି କରିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ତନାଘନା ତଦନ୍ତ ଆରମ୍ଭ କରିଛି ।