ଶ୍ରୀଜୀଉଙ୍କୁ ଦର୍ଶନ କଲେ ମହାମହିମ ରାଜ୍ୟପାଳ

0

ପୁରୀ, ୩୧/୧୨: ଆଜି ଅପରାହ୍ନରେ ମହାମହିମ ରାଜ୍ୟପାଳ ଗଣେଶିଲାଲ୍ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ଫେରିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ଶାନ୍ତି, ସୌହାର୍ଦ୍ଧ୍ୟ ଓ ସଦଭାବପୂର୍ଣ୍ଣ ବାତାବରଣ ରହୁ ବୋଲି କାମନା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ରାଜ୍ୟପାଳ ପୂର୍ବାହ୍ନରେ ପୁରୀରେ ପହଂଚିବା ପରେ ପ୍ରଥମେ ରାଜଭବନକୁ ଯାଇଥିଲେ । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ଶ୍ରୀମନ୍ଦିର ଦର୍ଶନରେ ଯାଇଥିଲେ । ସେଠାରୁ କୋଣାର୍କ ପରିଦର୍ଶନରେ ଯାଇ ପରେ ଭୁବନେଶ୍ୱର ଫେରିଛନ୍ତି ।

ସେହିପରି ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଶ୍ରୀଜୀଉଙ୍କୁ ଦର୍ଶନ ନିମନ୍ତେ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିରରେ ତିନି ଠାକୁରଙ୍କୁ ଦର୍ଶନ ପରେ ସ୍ୱର୍ଗଦ୍ୱାର ସ୍ଥିତ ବିଜୁ ସମାଧି ପୀଠକୁ ଯାଇ ସେଠାରେ ସ୍ୱର୍ଗତ ପିତାଙ୍କ ସମାଧିରେ ପୁଷ୍ପଗୁଚ୍ଛ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ନୂଆ ବର୍ଷ ଉପଲକ୍ଷେ ପୋଲିସ ପ୍ରଶାସନ ପକ୍ଷରୁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.