ପୁରୀ, ୨୯/୧୨ : ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ ପୋଲିସ କର୍ମଚାରୀ ଜଣେ ନାବାଳିକା ଭକ୍ତଙ୍କୁ ଅସଦାଚରଣ କରିଥିବାର ନିନ୍ଦନୀୟ ଅଭିଯୋଗ ସିଂହଦ୍ୱାରା ଥାନାରେ ରୁଜୁ ହୋଇଛି । ମନ୍ଦିରକୁ ଦର୍ଶନ ଲାଗି ଆସିଥିବା ଜଣେ ନାବାଳିକାଙ୍କୁ ଜୟବିଜୟ ଦ୍ୱାର ନିକଟ ବାହାରକାଠରେ କର୍ତ୍ତବ୍ୟରତ ଜଣେ ପୁଲିସ କର୍ମୀ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସିଂହଦ୍ୱାର ଥାନାରେ ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଘଟଣା ସଂପର୍କରେ ଅବଗତ ହେବା ପରେ ପୁରୀ ଏସପି ଡା.ସାର୍ଥକ ଷଡ଼ଙ୍ଗୀ ସିଂହଦ୍ୱାର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଅସଦାଚରଣ ପରେ ନାବାଳିକା ଜଣଙ୍କ ଉକ୍ତ ପୋଲିସକର୍ମୀଙ୍କୁ ଚାପୁଡ଼ା ମାରିବା ପରେ ସେ ସେଠାରୁ ଖସି ପଳାଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ପୁଲିସ ପ୍ରସାଶନ ପକ୍ଷରୁ ଗୁରୁବର ସହ ନିଆଯାଇଛି । ପୁରୀ ପୁଲିସ ପକ୍ଷରୁ ଏକ ଟିଆଇ ପରେଡ୍ କରାଯିବା ସହ ନାବାଳିକାଙ୍କୁ ଅଭିଯୁକ୍ତକୁ ଚିହ୍ନଟ ଲାଗି ସୁଯୋଗ ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି ।