ସାମଗ୍ରୀ-ଗୋଟା ପାମ୍ପ୍ଲେଟ ମାଛ-୪ଟି, ଗୋଟିଏ ସମ୍ପୁନ୍ନ ଲେମ୍ବୁର ରସ, ଅଦା ରସୁଣ ବଡା- ୧ଚାମଚ୍, ହଳଦୀ ଗୁଣ୍ଡ-୧/୨ ଚାମଚ୍, ଲଙ୍କା ଗୁଣ୍ଡ-୧ଚାମଚ୍, ଧନିଆ ପାଉଡର-୧ଚାମଚ୍, ସ୍ୱାଦ ଅନୁସାରେ ଲୁଣ, ତେଲ-୪ଚାମଚ୍, ଜିରାଗୁଣ୍ଡ-୧/୨ଚାମଚ୍ ।
ପ୍ରଣାଳୀ-ପାମ୍ପ୍ଲେଟ ଗୁଡିକୁ ଭଲଭାବେ ଧୋଇ ସେଗୁଡିକର ପେଟ ଅଂଶକୁ ଛୁରି ଦ୍ୱାରା ଚିରି ଦେଇ ଗୋଟିଏ ପାତ୍ରରେ ଲୁଣ ଓ ଲେମ୍ବୁରସ ଦେଇ ୧୦ ମିନିଟ ପାଇଁ ମ୍ୟାରିନେଟ୍ ହେବାପାଇଁ ରଖିଦେବେ । ଅନ୍ୟଏକ ପାତ୍ରରେ ଦୁଇ ଚାମଚ୍ ତେଲ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ପାଉଡର, ଧନୀଆ ପାଉଡର ଓ ଅଦା ରସୁଣ ପେଷ୍ଟ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିଦେବେ । ସେପଟେ ଚୂଲାରେ ପ୍ୟାନ ଗରମ କରିବାକୁ ବସାଇଦେଇ, ମ୍ୟାରିନେଟ୍ କରାଯାଇଥିବା ପାମ୍ପ୍ଲେଟ ଗୁଡିକରେ ବ୍ରସ୍ ସାହାର୍ଯ୍ୟରେ ମସଲା ମିଶ୍ରଣକୁ ଭଲଭାବେ ଲଗାଇଦେବେ । ପ୍ୟାନ ଗରମ ହୋଇଗଲେ ସେଥିରେ ସାମାନ୍ୟ ତେଲ ଦେଇ ମସଲା ଲଗାଯାଇଥିବା ମାଛ ସବୁକୁ ଗୋଟି ଗୋଟି କରି ପ୍ୟାନରେ ଷେକିବେ । ମାଛର ଗୋଟିଏ ପାଖ ଷେକି ହୋଇଯିବାପରେ ଅନ୍ୟ ପାଖକୁ ଲେଉଟାଇଦେବେ ଏପରି ମାଛ ସବୁ ଷେକିଦେବେ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଷେକା ପାମ୍ପ୍ଲଟ୍ ।
Prev Post
Next Post