ଲକ୍ଷ୍ନୌ, ୨୭।୧୨: ନୂଆବର୍ଷ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସୃଷ୍ଟି ହୋଇଛି ସମସ୍ୟା। ତାଙ୍କ କ୍ୟାବିନେଟ୍ର ୩ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଷ୍ଟିଙ୍ଗ୍ ଅପରେଶନ ଏବେ ସୋସିଆଲ୍ ମିଡ଼ିଆରେ ହୋଇଛି ଭାଇରାଲ। ଯୋଗୀ କ୍ୟାବିନେଟ୍ର ଓମ୍ ପ୍ରକାଶ ରାଜଭର, ଅର୍ଚ୍ଚନା ପାଣ୍ଡେ ଏବଂ ସନ୍ଦୀପ୍ ସିଂଙ୍କର ବ୍ୟକ୍ତିଗତ ସଚିବ ଷ୍ଟିଙ୍ଗ୍ ଅପରେଶନ ସମୟରେ ଦେଇଥିବା ମନ୍ତବ୍ୟ ରାଜ୍ୟ ସମେତ ଦେଶରେ ସୃଷ୍ଟି କରିଛି ହଇଚଇ। ଅପରେଶନ ସମୟରେ ରାଜଭରଙ୍କ ସଚିବ ଜଣେ ଶିକ୍ଷାଅଧିକାରୀଙ୍କ ଟ୍ରାନ୍ସଫର ପାଇଁ ୩୦ରୁ ୪୦ ଲକ୍ଷ ଟଙ୍କାର କାରବାର ହେଉଥିବା କହିଥିଲେ। ଏହାର ଦୃଶ୍ୟ କ୍ୟାମେରାରେ ରେକର୍ଡିଂ ହୋଇଛି। ଏହାକୁ ନେଇ ବିରୋଧୀ ସମାଜବାଦୀ ପାଟିଁ(ଏସ୍ପି) ଭାଜପା ସରକାରଙ୍କୁ ଘେରିଛି। ମୁଖ୍ୟମନ୍ତ୍ରୀ ତଥ ା ସମ୍ପୃକ୍ତ ମନ୍ତ୍ରୀ ନୈତିକତା ଆଧାରରେ ଇସ୍ତଫା ଦେବା ଆବଶ୍ୟକ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।