ଷ୍ଟ୍ରବେରୀ ଆଲ୍‌ମଣ୍ଡ କେକ୍‌

0

ସାମଗ୍ରୀ- ବଟର-୧/୨କପ୍‌, ଚିନି-୨କପ୍‌, ଅଣ୍ଡା-୪ଟି, ବେକିଂ ପାଉଡ଼ର-୧/୪ଚାମଚ, ମଇଦା-୩କପ୍‌, କଟା ହୋଇଥିବା ଆଲମଣ୍ଡ-୩କପ୍‌, ଷ୍ଟ୍ରବେରୀ ଲିକର-୧ଚାମଚ, ସ୍‌ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ-ଗୋଟିଏ ପାତ୍ରରେ ବଟର ଓ ଚିନି ଏକାଟି କରି ଭଲଭାବେ ଫେଣ୍ଟି ସେଥିରେ ଅଣ୍ଡା, ଲୁଣ, କଟା ଆଲମଣ୍ଡ, ଷ୍ଟ୍ରବେରୀ ଲିକର ଓ ବେକିଂ ପାଉଡ଼ରକୁ ଭଲଭାବେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ । ଏହାପରେ ମିଶ୍ରଣରେ ମଇଦା ମିଶାଇ ବହଳ ଓ ନରମ ମିଶ୍ରଣ ପ୍ରସ୍ତୁତ କରିବେ । ମିଶ୍ରଣ ପ୍ରସ୍ତୁତ ହୋଇଗଲାପରେ ବେକିଂ-ଡିସ୍କରେ ସାମାନ୍ୟ ବଟର ଲଗାଇ ସେଥିରେ ଆପଣଙ୍କ ଦ୍ୱାରା ପ୍ରସ୍ତୁତ ମିଶ୍ରଣ ଢାଳିଦେଇ ଓଭାନରେ ୩୫୦ ଡିଗ୍ରୀ ସେଲ୍ସିୟସ୍‌ରେ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ବେକିଂ ପାଇଁ ରଖିଦେବେ । ଟୁଥ୍‌ ପିକ୍‌ ସାହାର୍ଯ୍ୟରେ କେକ୍‌ ବେକ୍‌ ହୋଇଛି କି ନାହିଁ ଦେଖିପାରିବେ । କେକ୍‌ ବେକ୍‌ ହୋଇଯିବାପରେ ତାକୁ ବହାରକୁ କାଢି ଥଣ୍ଡା ହେବା ପାଇଁ ରଖିଦେବେ । କେକ୍‌ ଥଣ୍ଡା ହୋଇଗଲାପରେ କେକ୍‌କୁ ବେକିଂ- ଡିସ୍କରୁ କାଢି ଗୋଟିଏ ପାତ୍ରରେ କାଢି କେକ୍‌କୁ ପିସ୍‌ ପିସ୍‌ କରି କାଟି ଏହାର ମଜା ନେବେ ।

Leave A Reply

Your email address will not be published.