ନୂଆଦିଲ୍ଲୀ, ୧୧/୧୨: ମଙ୍ଗଳବାରଠାରୁ ପାର୍ଲାମେଣ୍ଟ୍ର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଜାନୁଆରୀ ୮ ତାରିଖ ଯାଏଁ ଚାଲିବ । ତେବେ ଏହାର ପ୍ରଥମ ଦିନରେ ସବୁ ରାଜନୈତିକ ଦଳ ଏକାଠି ହୋଇ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ସହେଯାଗ କରିବାକୁ ଏବଂ ସଦନକୁ ଶାନ୍ତିପୁର୍ଣ୍ଣ ଭାବରେ ଚଳାଇବାକୁ ବିରୋଧୀ ଦଳକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଙ୍ଗଳବାର ପ୍ରଧାନମନ୍ତ୍ରୀ କହିଛନ୍ତି କି, ସମସ୍ତ ରାଜନୈତିକଦଳଗୁଡିକ ନିଜ ନିଜ ଭିତରେ ଥିବା ମତଭେଦକୁ ଭୁଲି ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରିବା ଉଚିତ । ସଦନରେ ଆଲୋଚନା ଓ ଗଠନମୂଳକ ଚର୍ଚ୍ଚା କରିବା ଉଚିତ । ସାଧାରଣ ଲୋକଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବା ଉଚିତ । ଅଧିବେଶନକୁ ସଫଳ କରିବା ସବୁ ରାଜନୈତିକ ଦଳର ଦାୟୀତ୍ୱ । ମୁଁ ସମସ୍ତ ଦଳର ସଦସ୍ୟାଙ୍କୁ ଅନୁରୋଧ କରୁଛି କି, ସେମାନେ ଶାନ୍ତି ପୂର୍ଣ୍ଣ ଭାବରେ ସଦନ ଚଳାଇବାକୁ ସହେଯାଗ କର;ୁ । ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ଆମେ ପ୍ରସ୍ତୁତ ଅଛୁ । ଏହି ଅଧିବେଶନର ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ପର୍ଯ୍ୟନ୍ତ ସଦନ ଚାଲିବ ବୋଲି ମୁଁ ଆଶା କରୁଛି । ମୋର ବିଶ୍ୱାସ ଯେ ସଂସଦର ସମସ୍ତ ସଦସ୍ୟ ଏହି ଆବେଗକୁ ସମ୍ମାନ ଦେଇ ଅଗ୍ରସର ହେବେ ।