ସଙ୍କଟରେ ବିରୋଧୀ ଦଳ ନେତା , ପଦ ଗଲେ ଚୁପ ବସିବିନି : ନରସିଂହ

0

ଭୁବନେଶ୍ୱର,୧୭/୧: କଂଗ୍ରେସର ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ଇସ୍ତଫା ଦେବା ପରେ ଏବେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପଦ ସଙ୍କଟରେ ରହିଛି । ନିୟମ ଅନୁଯାୟୀ ସେ ବିରୋଧୀ ଦଳ ନେତା ପଦରୁ ଅବ୍ୟାହତି ନେବେ । ବିରୋଧୀ ଦଳ ନେତାର ମାନ୍ୟତାରୁ ତାଙ୍କୁ ବହିଷ୍କାର କରାଯିବା ନେଇ ଏକ ପ୍ରକାର ନିଷ୍ପତି ନିଆଯାଇଥିବା ଜଣାପଡିଛି । କିନ୍ତୁ ନରସିଂହ ମିଶ୍ର ଏ ସମ୍ପର୍କରେ ଅତି ନିର୍ଭିକତାର ସହିତ ଉତ୍ତର ରଖିଛନ୍ତି ।

ସେ କହିଛନ୍ତି, ମାନ୍ୟତା ଚାଲିଗଲେ ମଧ୍ୟ ପାଟି ଚୁପ କରିବେନି । ପୂର୍ବରୁ ସେ କେବେ ପାଟି ବନ୍ଦ କରିନାହାନ୍ତି ଓ ମାନ୍ୟତା ଚାଲିଗରେ ମଧ୍ୟ ସେ ଚୁପ ରହିବେ ନାହିଁ । ପଦବୀ ଚାଲିଗରେ ସରକାର ଦେଇଥିବା ଗାଡି ଓ ଦୁଇଟି ପିଅନଙ୍କୁ ନେଇଯିବେ । ଦଳପ୍ରତି ଲୋକଙ୍କ ସମର୍ଥନ ଥିଲେ ବ୍ୟକ୍ତି ଗଲେ କୌଣସି ପ୍ରଭାବ ପଡେ ନାହିଁ । ବ୍ୟକ୍ତିକୁ ନେଇ ଦଳ ସୁଦୃଢ ହେଉଥିଲେ ଏହାର ପ୍ରଭାବ ପଡେ ବୋଲି ସେ କହିଛନ୍ତି ।

ନିୟମ ଅନୁଯାୟୀ, ବିଧାନସଭାର ଆସନ ସଂଖ୍ୟା ୧୦ ପ୍ରତିଶତ ବିରୋଧୀଙ୍କ ଆସନ ରହିଲେ ବିରୋଧୀ ଦଳର ମାନ୍ୟତା ପାଇବ । ଏହି ଦୃଷ୍ଟିରୁ ଓଡ଼ିଶା ବିଧାନସଭାର ୧୪୭ଟି ଆସନର ୧୦ ପ୍ରତିଶତ ହେଉଛି ୧୪.୭ ଅର୍ଥାତ୍‌ ୧୫ଟି ଆସନ । ତେବେ ୨୦୧୪ରେ ୧୬ଟି ଆସନରେ ବିଜୟୀ ହୋଇଥିବା କଂଗ୍ରେସର ଏବେ ଆସନ ସଂଖ୍ୟା ୧୪ରେ ପହଁଚିଛି । ପ୍ରଥମେ ସୁବଳ ସାହୁଙ୍କ ମୃତ୍ୟୁ ଏବଂ ଦ୍ୱିତୀୟରେ ନବ ଦାସଙ୍କ ଇସ୍ତଫା ପରେ ନରସିଂହ ମିଶ୍ରଙ୍କ ପଦ ଯିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.