ସଡକ ଦୁର୍ଘଟଣା: ଗୋଟିଏ ପରିବାରର ୪ମୃତ

0

ନୂଆଦିଲ୍ଲୀ, ୨୧/୧୨: ଉତ୍ତର ପ୍ରଦେଶରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ବରେଲି ନିକଟ ନେନିତାଲ ବାଇପାସ ରୋଡରେ ଘଟିଛି । ସକାଳ ପ୍ରାୟ ୫.୪୫ ବେଳେ ଦୁଇଟି ଟ୍ରକ କୁହୁଡି ଯୋଗୁଁ ପଛରୁ ଧMା ହେବାରୁ ଟ୍ରକ ପଛରେ ଆସୁଥିବା କାରରେ ପିଟି ହୋଇଥିଲା । କାରରେ ଥିବା ଗୋଟିଏ ପରିବାରର ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣଙ୍କୁ ଗୁରୁତରଭାବେ ଉଦ୍ଧାର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତୁ୍ୟ ଘଟିଥିଲା । ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଛିନ୍‌ଭିନ୍‌ ହୋଇଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.