ଛୋଟ କଳାକାରରୁ ଗୋଟିଏ ବଡ କଳାକାର ପାଲଟିବାର ଯାତ୍ରା ଅତ୍ୟନ୍ତ ନିଆରା । ଯାହାକୁ ବର୍ତ୍ତମାନ ଉପଭୋଗ କରୁଛନ୍ତି ହରିୟାଣାର ଗାୟୀକା ତଥା ଡ୍ୟାନ୍ସର ସପନା ଚୌଧରୀ । ସେ କେବେ ସ୍ୱପ୍ନରେ ଶୁଦ୍ଧାଭାବିନଥିଲେ ଯେ କେବେ ବଡପରଦାରେ ତାଙ୍କୁ ଲୋକ ଦେଖିବେ ଓ ଲକ୍ଷ ଲକ୍ଷ ପ୍ରଶଂସକ ସପନାଙ୍କ ପଛରେ ଅନୁଗମନ କରିବେ । ସପନାଙ୍କ ବଡ ସପନ କଥା ସେ ନିଜେ କହିଛନ୍ତି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫୋଟକୁ ସେୟାର କରି । ତେବେ ସପନା ସେୟାର କରିଥିବା ଫଟୋଟି ହେଉଛି ତାଙ୍କ ଅପ୍ କମିଙ୍ଗ ଫିଲ୍ମ ‘ଦୋସ୍ତି କେ ସାଇଡ୍ ଇଫେକଫ’ । ଫିଲ୍ମର ଟ୍ରିଜର ରିଲିଜ ହୋଇଯାଇଛି ଯାହା ପାଇଁ ସପନା ଫିଲ୍ମର ପୋଷ୍ଟରର ଫଟୋକୁ ନିଜ ଫ୍ୟାନ୍ସମାନଙ୍କ ପଇଁ ସୋସିଅଲ ମିଡିଆରେ ସେୟାର କରିଛନ୍ତି । ଏହା ସହ ପୁରଣ ହେବାକୁ ଯାଉଛି ସପନାଙ୍କର ଏକ ବଡ ସ୍ୱପ୍ନ କାରଣ ଏହା ସପନାଙ୍କ ପ୍ରଥମ ଫିଲ୍ମ । ଫିଲ୍ମରେ ସପନାଙ୍କ ସହ ଆପଣ ବିକ୍ରମ ଆନନ୍ଦ, ଜୁବେର ଖାନ୍, ଅଞ୍ଜୁ ଜାଧବ ଆଦି କଳାକାରଙ୍କୁ ଦେଖିପାରିବେ । ଦୋସ୍ତି କେ ସାଇଡ୍ ଇଫେକଫ ଫିଲ୍ମକୁ ହାଦି ଅଲି ଅବରାର ନିର୍ଦ୍ଦେଶନା ଦେଇଥିବାବେଳେ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଜଲ ଡେନିୟଲ । ତେବେ ଏସବୁର ଶ୍ରେୟ ସପନା ନିଜ ପ୍ରଶଂସକମାନଙ୍କୁ ହିଁ ଦେଇଛନ୍ତି । କୁଯାଯାଏ କଲରର୍ସରେ ପ୍ରସାରିତ ରିଆଲିଟି ଶୋ’ ବିଗ୍ ବସ ଜରିଆରେ ସପନା ଏତେ ଫେମସ୍ ହୋଇପାରିଛନ୍ତି ଏବଂ ନିଜ କଳା ଜରିଆରେ ସେ ଦର୍ଶକଙ୍କୁ ବାନ୍ଧିରଖିବାରେ ମଧ୍ୟ ସଫଳ ହୋଇଛନ୍ତି । ଦୋସ୍ତି କେ ସାଇଡ୍ ଇଫେକଫ ସପନାଙ୍କ ଡେବୁ୍ୟ ଫିଲ୍ମଟି ଚଳିତ ମାସ ୧୪ ତାରିଖରେ ରିଲିଜ ହେବାର ଘେଷଣା କରାଯାଇଛି ।