ସବୁ ଜିଲ୍ଲାରେ ୨୦୨୨ ସୁଦ୍ଧା ସିଏନଜି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର, ୧୬/୧: ବର୍ତମାନ ୪୦୦ ଜିଲ୍ଲାରେ ସିଏନଜି ପହଁଚିସାରିଛି , ଘରେ ଘରେ ବିଜୁଳି ଏବଂ ରନ୍ଧନ ଗ୍ୟାସ ପଂହଚିଛି । ଆଗାମୀ ୨୦୨୨ ସୁଦ୍ଧା ସବୁ ଜିଲ୍ଲାରେ ସିଏନଜି ପହଂଚାଯାଇ ଶକ୍ତି ସଂରକ୍ଷଣ ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭୁବନେଶ୍ୱର ସ୍ଥିତ ଜୟଦେବଭବନରେ ପେଟ୍ରୋଲିୟମ କନଜରଭେସନ ରିସର୍ଚ ଆସୋସିଏସନ୍ (ପିସିଆର୍ଏ) ଦ୍ୱାରା ଆୟୋଜିତ ସକ୍ଷମ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପିସିଆର୍ଏ ଦ୍ୱାରା ସବୁ ବର୍ଷ ଜାନୁଆରୀ ୧୬ ରୁ ଜାନୁଆରୀ ଶେଷ ପଯ୍ୟନ୍ତ ଗୋଟିଏ ପକ୍ଷ ପାଳନ କରାଯାଉଛି । କିନ୍ତୁ ୧୫ ଦିନର ଏ ବଡ ଅଭିଯାନ ଦେଶକୁ ବୁଝାଇବା ବା ମନେପକାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ । ଏହି କାର୍ଯ୍ୟକ୍ରମ ତଥା ସଚେତନତାକୁ ବଢାଇ ଏକ ମାସ ପର୍ଯ୍ୟନ୍ତ କରିବାର ଆବଶ୍ୟକ ରହିଛି । ଏହାର ସୀମା ଓ ପରିଧି କେବଳ ସ୍କୁଲ ପିଲାଙ୍କୁ ବୁଝାଇଲେ ହେବ ନାହିଁ । ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବାର ଆବଶ୍ୟକତା ରହିଛି ।

ସେ କହିଛନ୍ତି ,ଆଜି ଲୋକମାନଙ୍କ ପାଖକୁ କଥା ପହଁଚାଇବା କଷ୍ଟକର ବିଷୟ ନୁହେଁ । ସାମାଜିକ ଗଣମାଧ୍ୟମ ଯୁଗରେ ଗୋଟିଏ ଘଟଣାକୁ ବନେଇ ଚୁନେଇ ମସଲା ଦେଇ ପହଂଚାଇବା କ୍ଷଣକର ବିଷୟ ମାତ୍ର । ସେହିପରି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେଲେ ସମସ୍ତଙ୍କୁ ନିଜ ନିଜ ସ୍ଥାନରେ କାମ କରିବାକୁ ପଡିବ ।

Leave A Reply

Your email address will not be published.