ସମ୍ବଲପୁରର ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ

0

ଭୁବନେଶ୍ୱର,୭/୩ :ପଶ୍ଚିମ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ନେତୃମଣ୍ଡଳୀ, ସମ୍ବଲପୁର ମହାନଗର ନିଗମର କେତେକ ଭାଜପା କର୍ମୀ ଓ ନେତା ଗୁରୁବାର ନବୀନ ନିବାସରେ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ବିଜେଡିରେ ସାମିଲ ହୋଇଥିବା ନେତୃବୃନ୍ଦ ମାନେ ହେଉଛନ୍ତି- ନିର୍ମାଣ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଇନ୍ଦ୍ରଜିତ ତାଣ୍ଡି, ସଭାପତି ମହମ୍ମଦ ୟାସିନ୍‌, କାର୍ଯ୍ୟକାରୀ ସଭାପତି ପଞ୍ଚାନନ କୁମାର, ଉପସଭାପତି ପୁଡୁ ବୁଡେକ୍‌, ରାମ ତ୍ରିପାଠୀ, ଶଶାଙ୍କ ଶେଖର ପାଲ, ସମ୍ପାଦକ ବିକାଶ କୁମାର, ଦେବେନ କୁମାର ସାହୁ, ସଂଘର ବଲାଙ୍ଗୀର ଜିଲ୍ଲା ସଭାପତି ଗଣନାଥ ବାରିକ ଏବଂ ସାଧାରଣ ସମ୍ପାଦକ ଭାସ୍କର ଛତ୍ରିଆ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ସଭାପତି ଡୋଲାମଣି ଦଳେଇ, ଉପସଭାପତି ମୁରଲି ଖଡ଼ିଆ, ସମ୍ପାଦକ ସମର ଭୋଇ, ସୂର୍ଯ୍ୟ ନାରାୟଣ, ଝାରସୁଗୁଡ଼ା ଜିଲ୍ଲା ସଭାପତି ଗୁରୁ ଚରଣ ମିର୍ଦ୍ଧା, ସଂପାଦକ ରୁପାନନ୍ଦ ଶବର, ସମ୍ବଲପୁର ମହାନଗର ନିଗମ ପୂର୍ବତନ ଯୁବମୋର୍ଚ୍ଚା ସମ୍ପାଦକ ପ୍ରିୟଦର୍ଶି ଇନ୍ଦ୍ରାନିଲ୍‌ଙ୍କ ସମେତ ୬୦ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସମ୍ବଲପୁର ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.