ସମ୍ବଲପୁର ବୋର୍ଡ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

0

ସମ୍ବଲପୁର, ୧୯/୧୨: ସମ୍ବଲପୁରର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି । ଆଜି ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଲାଗି ଦୂରଶିକ୍ଷା ପ୍ରାର୍ଥୀଙ୍କ ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିଲା । ସେଥିପାଇଁ କର୍ମଚାରୀ ଅଫିସ୍‌ରେ କାର୍ଯ୍ୟରତ ଥିଲେ । ଏହି ସମୟରେ ଅଫିସକୁ ହଠାତ ୭ରୁ ୮ଜଣ ଦୁର୍ବୃତ୍ତ ପଶି ଆସିଥିଲେ ଏବଂ ଅଫିସ ଭିତରୁ ସମସ୍ତ କର୍ମଚାରୀଙ୍କୁ ଧମକ ଦେଇ ବାହାରି ଯିବା ଲାଗି କହିଥିଲେ । ଭୟରେ କର୍ମଚାରୀମାନେ ବାହାରି ଆସିବେ ପରେ ଦୁର୍ବୃତ୍ତମାନେ ଅଫିସରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଅଫିସର ସମସ୍ତ ଜରୁରୀ କାଗଜପତ୍ର ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । କେବଳ ଏତିକି ନୁହେଁ, ଦୁର୍ବୃତ୍ତମାନେ ଅଫିସ ପରିସରରେ ଥିବା ଦୁଇଟି ବାଇକରେ ନିଆଁ ମଧ୍ୟ ଲଗାଇ ଦେଇଥିବା ନେଇ ବିଏସ୍‌ଇର ଡେପୁଟି ସେକ୍ରେଟାରି ସୂର୍ଯ୍ୟମଣି ମାଝି ସୂଚନା ଦେଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.