ସରକାର ଆରମ୍ଭ କଲେ ‘ପିଠା’ ଯୋଜନା : ଏଣିକି ବାଟମାରଣା ହେବନି ସୁଫଳ

0

ଭୁବନେଶ୍ୱର, ୩ /୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଓ କାର୍ଯ୍ୟାନ୍ୱୟନ ସମ୍ପର୍କିତ ନୂତନ ଉପଯୋଜନା ପିଠା ଘୋଷଣା କରିଛନ୍ତି । ଏହି ଘୋଷଣାରେ ସେ କହିଛନ୍ତି ଯେ, ଏହି ଉପ ଯୋଜନା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଏକ ଅଂଶ । ପିଠା ମାଧ୍ୟମରେ ସରକାରଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ଲୋକମାନଙ୍କୁ ସଚେତନତା ସୃଷ୍ଟି କରାଯିବ । ପ୍ରତି ପଂଚାୟଚ ଓ ବ୍ଲକରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ଉପଯୋଜନା ଅନୁଯାୟୀ ମାସରେ ଥରେ ଶ୍ରେଷ୍ଠ ପଂଚାୟତକୁ ୫ ଲକ୍ଷ ଟଙ୍କା ଦିଆଯିବ । ପ୍ରତି ମାସରେ ୧୫ ରୁ ୨୦ ତାରିଖ ୬ ଦିନ ଧରି ଗ୍ରାମ ପଂଚାୟତ ସ୍ତରରେ କ୍ୟାମ୍ପ ଅନୁଷ୍ଠିତ ହେବ । ଏହି ସବୁ କ୍ୟାମ୍ପରେ ଆମ ଏଲଇଡ଼ି, ମିଶନ ଶକ୍ତି, ସୋସିଆଲ ସିକ୍ୟୁରିଟି ଯୋଜନାରେ ଥିବା ମଧୁବାବୁ ଭତା, କଳାକାର ଭତା ଏବଂ ନିର୍ମାଣ ଶ୍ରମିକଙ୍କୁ ସୁବିଧା ଏବଂ ଅନ୍ୟ ବର୍ଗର ଲୋକମାନଙ୍କର ସ୍ଥାନୀୟ ଆବଶ୍ୟକତା କଣ ରହିଛି ସେହି ଅନୁସାରେ କାର୍ଯ୍ୟ ହାତକୁ ନିଆଯିବ ।

ସେହିପରି ବ୍ଲକ ସ୍ତରରେ ପର୍ଯ୍ୟବେକ୍ଷକମାନେ ସ୍କିମ୍ ଗୁଡ଼ିକୁ ପରିଚାଳନା କରିବେ ଏବଂ ସ୍ୱେଚ୍ଛାସେବକମାନେ ସେମାନଙ୍କୁ ଏହି ସ୍କିମର କାର୍ଯ୍ୟକାରିତାରେ ସାହାଯ୍ୟ କରିବେ । କ୍ୟାମ୍ପ ଶେଷ ହେବା ପରେ ଶ୍ରେଷ୍ଠ ପଂଚାୟତ ମାନଙ୍କୁ ରାଜ୍ୟସ୍ତରରେ, ଜିଲ୍ଲାସ୍ତରରେ, ବ୍ଲକ ସ୍ତରରେ, ପଂଚାୟତ ସ୍ତରରେ ସେମାନଙ୍କୁ ସମ୍ମାନିତ କରାଯିବା ସହିତ ଆର୍ଥିକ ପୁରସ୍କାର ଦିଆଯିବ। ଏଠାରେ ଉଲ୍ଲେଖଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ବସି ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି।

Leave A Reply

Your email address will not be published.