ନୂଆଦିଲ୍ଲୀ ,୨୬/୨: ପାକିସ୍ତାନୀ ସୀମାରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ୍ କରି କରାଯାଇଥିବା କାର୍ୟ୍ୟାୃନୁଷ୍ଠାନ ପାଇଁ ମଙ୍ଗଳବାର ଦେଶର ସମସ୍ତ ପ୍ରମୁଖ ରାଜନୈତିକ ଦଳର ନେତା ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଗୋଟିଏ ସ୍ଵରରେ କହିଛନ୍ତି ଯେ, ଆତଙ୍କବାଦ ବିରୁଦ୍ଧ ଲଢେଇରେ ସେମାନେ ସରକାର ଏବାଂ ନିଜର ସୁରକ୍ଷାବଳ ସହିତ ଅଛୁ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କ ପକ୍ଷରୁ ଡକାଯାଇଥିବା ଏହି ସର୍ବଦଳୀୟ ବୈଠକରେ ସାମିଲ ନେତା ସରକାର ଏବଂ ସୁରକ୍ଷାବଳଙ୍କ ସହିତ ନିଜର ଏକଜୁଟତାକୁ ପ୍ରକଟ କରିଛନ୍ତି।
ବୈଠକ ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ କହିଛନ୍ତି ଯେ, ବଡ଼ ଆତଙ୍କୀ ଶିବିର ଉପରେ ହୋଇଥିବା ଏହି କାର୍ୟ୍ୟା ନୁଷ୍ଠାନ ବିଷୟରେ ଆନୁଷ୍ଠାନିକ ସୂଚନା ଦେବା ପାଇଁ ମୁଁ ସର୍ବଦଳୀୟ ବୈଠକ ଡକାଇଥିଲି। ଏହି ବୈଠକରେ ସରକାରଙ୍କ ପକ୍ଷରୁ ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ବିଜୟ ଗୋଏଲ ତଥା ସବୁ ପ୍ରମୁଖ ଦଳର ପ୍ରତିନିଧି ସାମିଲ ହୋଇଥିଲେ।
ସେ କହିଛନ୍ତି ଯେ, ମୋତେ ଖୁସି ଯେ ସବୁ ଦଳ ଗୋଟିଏ ସ୍ଵରରେ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି। ପୁଣି ଆତଙ୍କବାଦ ବିରୋଧରେ ସରକାରଙ୍କ ପକ୍ଷରୁ ହେବାକୁ ଥିବା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ପାଇଁ ସମର୍ଥନ ଦେବାକୁ ଆଶ୍ଵାସନା ଦେଇଛନ୍ତି।