ସହିଦ ନଗର ଥାନା ଭଙ୍ଗାରୁଜା ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର୯/୩: ଶନିବାର ପୂର୍ବାହ୍ନ ପ୍ରାୟ ୧୦. ୩୦ ମିନିଟ୍‌ ସମୟରେ ସହିଦ ନଗର ଥାନା ଭଙ୍ଗାରୁଜା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ପୁଲିସ ଗିରଫ କରିଥିବା କହିଛି। ସେ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି।

ରିପୋର୍ଟ ଅନୁସାରେ, ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଏକ ଅଟୋରେ ବସି ଆତ୍ମସମର୍ପଣ କରିବାକୁ ପ୍ରଥମେ ଡିସିପି ଅଫିସ୍‌କୁ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ସହିଦ ନଗର ଥାନାକୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ତା’ପରେ ସେ ତାଙ୍କ ସହଯୋଗୀଙ୍କ ଗହଣରେ ମଟର୍‌ସାଇକେଲ୍‌ ଯୋଗେ ସହିଦ ନଗର ଥାନାରେ ପହଞ୍ଚି ପ୍ରକାଶ ଆତ୍ମସମର୍ପଣ କରିଥିଲେ ବୋଲି କୁହାଯାଉଛି। କିନ୍ତୁ, ତାଙ୍କୁ ଗିରଫ କରାଯାଇଛି ବୋଲି ସହିଦ ନଗର ଥାନା ପୁଲିସ କହିଛି। ପୂର୍ବରୁ ଏହି ମାମଲାରେ ଅନ୍ୟ ଛଅ ଜଣଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.