ସାଂସଦ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କୁ ନୂଆ ଦାୟିତ୍ୱ

0

ଭୁବନେଶ୍ୱର,୨୭/୭ : ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କୁ ଆଜି ଦଳ ପକ୍ଷରୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଏହି ଦୁଇ ନବନିର୍ବାଚିତ ସାଂସଦଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଦଳର ସାଧାରଣ ସମ୍ପାଦକ ଭାବେ ବିଜେଡି ସଂସଦୀୟ ଦଳ କାର୍ଯ୍ୟାଳୟ ଦାୟିତ୍ୱରେ ରହିବେ। ସେହିପରି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିବେ। ଉଭୟ ସାଂସଦ ଗତ ଜୁନ୍ ମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.