ବାଂଲାଦେଶ,୩୧/୧୨: ସାଂସଦ ହେଲେ ବାଂଲାଦେଶର ଦିନିକିଆ କ୍ରିକେଟର ଅଧିନାୟକ ମୁସରଫି ମୋରତାଜା । ବାଂଲାଦେଶରେ ହୋଇଥିବା ସାଧାରଣ ନିର୍ବାଚନରେ ଶେଖ ହସିନାଙ୍କ ଏଏଲପି ଦଳ ବିପୁଳ ଆସନରେ ବିଜୟ ହାସଲ କରି ୩ ୟ ଥର ପାଇଁ ସରକାର ଗଢିବାକୁ ଯାଉଛି । ନିର୍ବାଚନରେ ବାଂଲାଦେଶ କ୍ରିକେଟର ଦିନିକିଆ ଦଳର ଅଧିନାୟକ ମୁସରଫି ମୋରତାଜା ନିର୍ବାଚନରେ ବିଜୟୀ ହୋଇଛି ବାଂଲାଦେଶର ସଂସଦରେ ପହଁଞ୍ଚିଛନ୍ତି । ୩୫ ବର୍ଷିୟ ମୋରତାଜା ନାରାଇଲ ୨ ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଛନ୍ତି । ମୋରତାଜା ଏଏଲପିରୁ ଟିକଟ ପାଇଁ ନିର୍ବାଚନ ଲଢିଥିଲେ । ମୋରତାଜା ନିର୍ବାଚନରେ ୨,୭୪,୪୧୮ ଟି ଭୋଟ ହାସଲ କରିଛନ୍ତି । କ୍ରିକେଟରେ ସକ୍ରିୟ ଥିବା ସମୟରେ କୌଣସି ଦେଶର ଏମ୍ପି ହେବାରେ ମୋରତାଜା ପ୍ରଥମ ।
ମୋରତାଜା ବାଂଲାଦେଶ ପକ୍ଷରୁ ୨୦୨ ଟି ଅନ୍ତରାଷ୍ଟ୍ରୀୟ ଦିନିକିୟା ମ୍ୟାଚ, ୩୬ ଟି ଟେଷ୍ଟ ଓ ୫୪ ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ମୋରତାଜାଙ୍କୁ ବାଂଲାଦେଶର ସଫଳତମ ଅଧିନାୟକ ଭାବେ ଧରାଯାଏ । ୨୦୦୧ ରେ ଜିମ୍ବାୱେ ବିପକ୍ଷରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରିଥିଲେ ମୋରତାଜା ।