ସାମଗ୍ରୀ- ସାଗୁ-୧୦୦ଗ୍ରାମ, ସିଝା ଆଳୁ-୨୦୦ ଗ୍ରାମ, ବାଦାମ-୧୦୦ଗ୍ରାମ, କଟା ପିଆଜ-୫୦ଗ୍ରାମ, କଟା ଧନୀଆ ପତ୍ର-୨ରୁ ୩ ଚାମଚ୍, ଦରଛେଚା ଗୋଲମରିଚ-୧/୪ଚାମଚ୍, କଟା କଞ୍ଚା ଲଙ୍କା-୨ରୁ ୪ଟି, ରିଫାଇନ୍ ତେଲ-୨୫୦ ଗ୍ରାମ, ଆବଶ୍ୟକ ଅନୁସାରେ ଲୁଣ ।
ପ୍ରଣାଳୀ-ସାଗୁକୁ ଭଲଭାବେ ଧୋଇ ତାକୁ ୨ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ଦେବେ । ଅନ୍ୟ ଏକ ପାତ୍ରରେ ସିଝା ଆଳୁ, କଟା ପିଆଜ, କଟା କଞ୍ଚା ଲଙ୍କା, ବାଦାମ, ଗୋଲମରିଚ ଓ ଆବଶ୍ୟକ ଅନୁସାରେ ଲୁଣକୁ ମିଶାଇ ଭଲଭାବେ ଚକଟି ଦେବେ ଏହାପରେ ସାଗୁକୁ ପାଣିରୁ ଛାଣି ପ୍ରସ୍ତୁତ କରିଥିବା ଚକଟା ଆଳୁରେ ଗୋଳାଇ ଭଲଭାବେ ମିଶାଇ ଦେବେ । ମିଶ୍ରଣ ପ୍ରସ୍ତୁତ ହୋଇଗଲେ ସେହି ମିଶ୍ରଣକୁ ଛୋଟ ଛୋଟ ବରାର ଆକୃତି ଦେଇ ଗୋଟିଏ ପାତ୍ରରେ ରଖିଦେବେ । ଏପଟେ ଚୂଲାରେ ତେଲ ଗରମ କରି ସେଥିରେ ସାଗୁ ବରା ଗୁଡିକୁ ଗୋଟି ଗୋଟି କରି ଛାଣିଦେବେ, ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସାଗୁ ବରା ।
Prev Post
Next Post