ସାମଗ୍ରୀ- ୧କପ୍ ସାଗୁଦାନା, ୧/୨ କପ୍ ସୁଖିଲା ନଡ଼ିଆ କୋରା, ୧/୨ କପ୍ ଚିନି ଗୁଣ୍ଡ, ୮ ବଡ଼ ଚାମଚ ଘିଅ, ୧୦-୧୨ ଭଙ୍ଗା କାଜୁ, ୧ ଚାମଚ ଗୁଜୁରାତି ଗୁଣ୍ଡ, ୨ ଚାମଚ ଜାଇଫଳ ।
ପ୍ରଣାଳୀ- ସାଗୁଦାନାକୁ କଡ଼େଇରେ ପକେଇ ଅଳ୍ପ ଆଞ୍ଚରେ ଭାଜନ୍ତୁ । ପୁଣି ଏହାକୁ ଥଣ୍ଡା କରିବାକୁ ଦିଅନ୍ତୁ । ଥଣ୍ଡା ହୋଇଗଲା ପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଏବେ ନଡ଼ିଆ କୋରାକୁ ଧିମା ଆଞ୍ଚରେ ହଲ୍କା ଭାବେ ଭାଜ;ୁ ଏବଂ ଲଗାତାର ଚାମଚକୁ ଚଲାଉଥାନ୍ତୁ । ଏବେ ଏକ ବଡ଼ ବାଉଲ୍ରେ ସାଗୁଦାନା ଗୁଣ୍ଡ ଏବଂ ଭଜା ହୋଇଥିବା ନଡ଼ିଆକୁ ମିଶ୍ରଣ କରନ୍ତୁ । କଡ଼େଇରେ ଘିଅ ଗରମ କରି କାଜୁକୁ ଭାଜନ୍ତୁ । ଏବେ ଏଥିରେ ଚିନି, ଜାଇଫଳ, ଗୁଜୁରାତି ଗୁଣ୍ଡକୁ ଏକତ୍ର କରି ଉଷୁମ କର;ୁ । ଯାହା ଦ୍ୱାରା ଚିନି ଭଲ ରୂପେ ମିଶି ଯିବ । ଏବେ ଏହି ମିଶ୍ରଣକୁ ସାଗୁ ଗୁଣ୍ଡରେ ପକାଇ ଦିଅନ୍ତୁ । ହାଲ୍କା ଗରମ ଥିବା ଅବସ୍ଥାରେ ହାତରେ ଲଡୁ ପରି ପ୍ରସ୍ତୁତ କରନ୍ତୁ । ପୁଣି ସମସ୍ତ ଲଡୁକୁ ଏକ ଏୟାରଟାଇଟ୍ ଡବାରେ ପୁରେଇ ରଖନ୍ତୁ ।
Prev Post