ସାଣ୍ଟା ବେଶରେ ଅସୁସ୍ଥ ପିଲାଙ୍କ ମନ ଜିଣିଲେ ଓବାମା

0

ୱାଶିଂଟନ୍‌, ୨୦/୧୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଏବେ ସାଣ୍ଟା ରୁପରେ ଦେଖିବାକୁ ମିଳିଛି । ମୁଣ୍ଡରେ ଲାଲ ଟୋପି ଏବଂ କାନ୍ଧରେ ବସ୍ତାନୀ ନେଇ ୱାଶିଂଟନର ଏକ ହସ୍ପିଟାଲରେ ଚିକିତ୍ସିତ ପିଲାଙ୍କ ଗହଣରେ ପହଁଚିଛନ୍ତି ଓବାମା । ତାଙ୍କ ବସ୍ତାନୀରେ ଥିଲା ଅନକେ ସାରା ଉପହାର , ଯାହାକୁ ସେ ‘ଚିଲ୍‌ଡେନ୍‌ ନ୍ୟାସ୍‌ନାଲ ମେଡିକାଲ୍‌ ସେଣ୍ଟର୍‌’ ରେ ଚିକିତ୍ସିତ ହେଉଥିବା ପିଲାଙ୍କୁ ଦେଇଥିଲେ । ବାରାକ ଓବାମାଙ୍କୁ ଦେଖି ହସ୍ପିଟାଲର ସମସ୍ତ କର୍ମଚାରୀ ତାଳି ବଜାଇ ତାଙ୍କର ସ୍ୱାଗତ କରିଥିଲେ । ତେବେ ଓବାମା ମଧ୍ୟ ସେମାନଙ୍କୁ କୃତଜ୍ଞତା ଜଣାଇବାରେ ପଛାଇ ନଥିଲେ । ଓବାମାଙ୍କ ଏହି ଗସ୍ତର ଏକ ଭିଡିଓଟି ହସ୍ପିଟାଲ ପକ୍ଷରୁ ସେୟାର କରାଯାଇଛି । ଏହ ଭିଡିଓରେ ଓବାମା ସାଣ୍ଟା ବେଶ ହୋଇ ପିଲାମାନଙ୍କ ସହ ମିଶିବା, ଖେଳିବା ଓ ମଉଜିଆ କଥା କହୁଥିବା ଦେଖାଯାଉଛି । ଭିଡିଓ ସହ ଏଥିରେ ଲେଖାଯାଇଛି କି, ଆମ ରୋଗୀମାନଙ୍କର ଦିନ ଏତେ ଉଜ୍ଜ୍ୱଳମୟ କରିଥିବାରୁ ଆପଣକଙ୍କୁ ଧନ୍ୟବାଦ ବରାକ୍‌ ଓବାମା । ଆପଣଙ୍କ ସର୍‌ପ୍ରାଇଜ୍‌ ଆମର ଦୀର୍ଘ କୋଠରିସବୁରେ ଉଷ୍ମତା ଭରିଦେଲା ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟାଇଲା! ଆମ ରୋଗୀମାନେ ଆପଣଙ୍କ ସହଚର୍ୟ୍ୟ ଓ ଉପହାର ପାଇ ଖୁବ୍‌ ଖୁସୀ । ତେବେ ହସ୍ପିଟାଲରେ ଉପସ୍ଥିତ ସମସ୍ତ ପିଲା ଏବଂ ସେମାନଙ୍କ ପରିବାରଲୋକଙ୍କ ସହ କଥା ହୋଇ ଖୁସି ପ୍ରକଟ କରିଛନ୍ତି ଓବାମା ।

Leave A Reply

Your email address will not be published.