ସାତପୁରି ପିଠା

0

ପ୍ରସ୍ତୁତି ସାମଗ୍ରୀ- ମଇଦା-୨୫୦ଗ୍ରାମ୍‌, ଖୁଆ-୫୦ଗ୍ରାମ୍‌, ନଡ଼ିଆ-୧ଫାଳ, ଚିନି-୧୦୦ଗ୍ରାମ୍‌, ଗୁଜୁରାତି-୨ଟା, ରିଫାଇନ୍‌ ତେଲ-ଆବଶ୍ୟକ ଅନୁସାରେ ।
ପ୍ରଣାଳୀ- ମଇଦାରେ ଅଳ୍ପ ରିଫାଇନ୍‌ ତେଲ ଦେଇ ଭଲଭାବରେ ଘଷନ୍ତୁ । ଏହାପରେ ଏଥିରେ ପାଣି ଦେଇ ଟାଣ କରି ଚକଟନ୍ତୁ । ଏବେ ଚକଟାକୁ ଛୋଟ ଛୋଟ ଗୁଳା କରି ରଖନ୍ତୁ । ନଡ଼ିଆ କୋରି ନେଇ ଚିନି ଓ ଗୁଜୁରାତି ଗୁଣ୍ଡ ଦେଇ କଡ଼େଇରେ ଅଳ୍ପ ସମୟ ଭାଜନ୍ତୁ । ମଇଦାକୁ ଛୋଟ ଛୋଟ ଗୁଳାରେ ଗୋଲ୍‌ ଗୋଲ୍‌ ଲୁଚି ପରି ବେଲି ଦିଅନ୍ତୁ । ଗୋଟିଏ ଲୁଚିରେ ଅଳ୍ପ ପୁର ଦେଇ ପୁଣି ଗୋଟିଏ ଲୁଚି ଥୁଅନ୍ତୁ ଓ ପୁଣି ପୁର ଦେଇ ପୁଣି ଅନ୍ୟ ଏକ ଲୁଚି ଥୋଇଦିଅନ୍ତୁ । ଏହାପରେ ଏହାର ଚାରିକଡ଼ ପାଣିମାରି ଚାପିଚାପି ଦିଅନ୍ତୁ । ଏପରି ଭାବେ ସାତପୁରି ପିଠା ଗଢି ଦିଅନ୍ତୁ । କଡ଼େଇରେ ତେଲ ଗରମ କର;ୁ ଓ ସାତପୁରି ପିଠା ଛାଣି ରଖିଦିଅନ୍ତୁ । ଅନ୍ୟପଟେ ଅଳ୍ପ ଚିନିକୁ ନେଇ ସିରା ପ୍ରସ୍ତୁତ କରନ୍ତୁ । ଏବେ ଏହି ଛଣା ହୋଇଥିବା ପିଠାକୁ ସିରାରେ କିଛି ସମୟ ବୁଡ଼େଇ ରଖି ଖାଇବାକୁ ଦିଅନ୍ତୁ ।

Leave A Reply

Your email address will not be published.