ରାୟପୁର,୨୬/୧: ଛତିଶଗଡ଼ ସରକାର ୭୦ତମ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ରାଜ୍ୟର ସମସ୍ତ କୃଷକଙ୍କ ଋଣ ଛାଡ ଘୋଷଣା କରିଥିଲେ। ଶନିବାର ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଜଳକର ଛାଡ କରିବାକୁ କହିଛନ୍ତି। ଶନିବାର ରାୟପୁରର ପୋଲିସ ପଡ଼ିଆରେ ପତାକା ଉତ୍ତୋଳନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ପ୍ରାୟ ୧୫ ବର୍ଷ ହେବ ଚାଷୀଙ୍କର ଲକ୍ଷ ଲକ୍ଷ ଟଙ୍କାର ଜଳକର ଥିବାରୁ ଏହାକୁ ସେ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮ ପର୍ଯ୍ୟନ୍ତ ଥିବା କରକୁ ମାଫ୍ କରାଯିବ। ଏଥିପାଇଁ ୨୦୭ କୋଟି ଟଙ୍କା ଭରଣା କରିବାକୁ ପଡିବ।