ଥିରୁଅନନ୍ତପୁରମ, ୨/୧ : କେରଳର ବହୁ ପସିଦ୍ଧ ଏବଂ ବହୁ ଚର୍ଚ୍ଚିତ ସାବରିମାଲା ମନ୍ଦିରରେ ପ୍ରବେଶ କରି ଭଗବାନ ଆୟପାଙ୍କୁ ଦର୍ଶନ କରିଥିବା ୨ ଜଣ ମହିଳା ଦାବି କରିଛନ୍ତି । ବୁଧବାର ସକାଳ ପ୍ରାୟ ୩.୪୫ ସମୟରେ ଏହି ମହିଳା ଦୁହେଁ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି । ସେମାନେ ପୋଲିସର କଡା ସୁରକ୍ଷା ମଧ୍ୟରେ ପ୍ରବେଶ କରିଥିବା କୁହାଯାଉଛି । ତେବେ ଏହା ପରେ ସୁଦ୍ଧିକରଣ ଅନୁଷ୍ଠାନ ପାଇଁ ସାବରୀମାଳା ମନ୍ଦିରକୁ ବନ୍ଦ କରି ଦିଆଯାଇଛି । ଅନ୍ୟପକ୍ଷରେ ଏହି ୨ ମହିଳାଙ୍କ ଦାବିକୁ ପୋଲିସ ଖାରିଜ କରିଛି ଏବଂ ସେଠାର ସୁକ୍ଷାକୁ କଡା କଡି କରିବା ସହ କେରଳରେ ହାଇ-ଆଲର୍ଟ ଜାରୀ କରାଯାଇଛି । ବିନ୍ଦୁ ଏବଂ କନକଦୁର୍ଗା ନାମକ ଏହି ୨ ମହିଳା ନୁ୍ୟଜ ଚ୍ୟାନାଲକୁ କହିଛନ୍ତି କି, ସେମାନେ ଭୋର ସକାଳୁ ପ୍ରାୟ ୩.୪୫ ସମୟରେ ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରିଛନ୍ତି । ସେମାନେ ପୁରୁଷ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିଥିବା ଦାବି କରିଛନ୍ତି । ରିପୋର୍ଟ ଅନୁସାରେ, ଦୁହେଁ ଆମ୍ବୁଲାନ୍ସରେ ଆସିଥିଲେ ଏବଂ ପୋଲିସ ସେମାନଙ୍କ ସୁରକ୍ଷାର କଡା ବନ୍ଦୋବସ୍ତ କରିଥିଲା । ଉଭୟ ମନ୍ଦିରରେ ପୂଜା କରୁଥିବାର ଏକ ଫଟୋ ମଧ୍ୟ ରିଲିଜ କରିଛନ୍ତି । ତେବେ ମନ୍ଦିରର ପରିଚାଳନା ଦାୟୀତ୍ୱରେ ଥିବା ଏ ପଦ୍ମକୁମାର କହିଛନ୍ତି ସେ ଏକଥା ଗଣମାଧ୍ୟ ରିପୋର୍ଟରୁ ଜାଣିବାକୁ ପାଇଛନ୍ତିଛ ବୋର୍ଡ ସିସିଟିଭି ଦୃଶ୍ୟାବଳୀ ଯାଞ୍ଚ କରିବଛ ଅନ୍ୟପକ୍ଷରେ ମନ୍ଦିରର ମୁଖ୍ୟ ପୂଜକ ରାଜିବରୁ କହିଛନ୍ତି କି, ଘଟଣାର ପୃଷ୍ଟି ହେବା ପରେ ହିଁ ସେ ଏନେଇ କୌଣସି ଟିªଣି ଦେବେ । ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କୁ ସାବରିମାଳା ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ତେବେ ଶହ ଶହ ବର୍ଷ ଧରି ଚାଲିଆସିଥିବା ନିଷିଦ୍ଧାଦେଶକୁ ଗତ ସେପେଫମ୍ବର ମାସରେ ସୁପ୍ରିମ୍ କୋର୍ଟ ଭାଙ୍ଗିବା ପରେ ପ୍ରଥମ କରି ସାବରିମାଲା ମନ୍ଦିର ମଧ୍ୟକୁ ଏ ଦୁଇ ଜଣ ମହିଳା ପ୍ରବେଶ କରିଛନ୍ତି ।