ସାବରୀମାଳା ବିବାଦ : ବିଭିନ୍ନ ନେତାଙ୍କ ଘର ଉପରକୁ ବୋମା ମାଡ

0

ତିରୁବନନ୍ତପୁରମ, ୫/୧ : ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ପରେ ସମଗ୍ର କେରଳରେ ହିଂସା ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ମଧ୍ୟ ରାତ୍ରିରେ ତଲସେରି ବିଧାୟକ ଏବଂ ସିପିଆଇ (ଏମ୍‌) ନେତା ଏଏନ୍‌ ଶମ୍ସୀରଙ୍କ ସମେତ ଅନ୍ୟାନ୍ୟ ବାମପନ୍ଥୀ ନେତାଙ୍କ ଘର ଉପରେ ବୋମା ମାଡ ହୋଇଛି ।
ରାତି ପ୍ରାୟ ୧୦ ଟା ୧୫ ମିନିଟ ସମୟରେ କିଛି ଅଜ୍ଞାତ ବ୍ୟକ୍ତି ବାଇକରେ ଆସି କନ୍ନୁର ଜିଲ୍ଲାର ମଡ଼ପୀଡ଼ିକେଇଲ୍‌ ସ୍ଥିତ ଶମ୍ସୀରଙ୍କ ବାସ ଭବନ ଉପରକୁ ବୋମା ଫିଙ୍ଗିଥିଲେ ଛ ତେବେ ବୋମା ମାଡ ବେଳେ ସେ ତାଙ୍କ ବାସ ଭବନରେ ଉପସ୍ଥିତ ନଥିବାରୁ ଏହି ହିଂସାରୁ ବର୍ତ୍ତି ଯାଇଛନ୍ତି । ଶମସୀରଙ୍କ ବ୍ୟତିତ ସିପିଏମର ପୂର୍ବତନ ଜିଲ୍ଲା ସଚିବ ପି ଶଶିଙ୍କ ବାସ ଭବନ ଉପରକୁ ମଧ୍ୟ ଦୁର୍ବତ ମାନେ ବୋମା ମାଡ କରିଛନ୍ତି । ସେହିପରି ସିପିଆଇ (ଏମ୍‌) କର୍ମୀ ବିଶାକଙ୍କୁ କନ୍ନୁର ଜିଲ୍ଲା ଅନ୍ତର୍ଗତ ଇରିଟ୍ଟି ଠାରେ ଆକ୍ରମଣ କରାଯାଇଛି ।
ରାଜ୍ୟରେ ହିଂସା ବଢାଇ ଶାନ୍ତି ଭଙ୍ଗ କରିବାକୁ ଏହା ଆରଏସଏସର ଏକ ଷଡଯନ୍ତ୍ର ବୋଲି ଆକ୍ରମଣ ପରେ ଶମସୀର ଏକ ଗଣ ମାଧ୍ୟମକୁ କହିଛନ୍ତି ।
ତେବେ ଶୁକ୍ରବାର ସକାଳେ ମଧ୍ୟ ପ୍ରଦର୍ଶନ କାରୀ ବିଭିନ୍ନ ସ୍ଥାନରେ ଦେଶି ବୋମା ମାଡ ଏବଂ ପଥର ଫିଙ୍ଗିଥିବା ସୁଚନା ମିଳିଛି । ଜଣେ ସ୍ଥାନୀୟ ସିବିଆଇ (ଏମ୍‌) ନେତାଙ୍କ ଘର ଏବଂ ଦୁଇଟି ଦୋକାନ ଉପରେ ବୋମା ମାଡ଼ ହୋଇଛି । ତେବେ ଏହି ହିଂସାରେ ୧୩୨ ପୋଲିଲ କର୍ମୀ ଏବଂ ୧୦ ଜଣ ଗଣମାଧ୍ୟମ କର୍ମଚାରୀଙ୍କ ସମେତ ସର୍ବମୋଟ ୧୭୪ ଜଣ ଆହାତ ହୋଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି ।

Leave A Reply

Your email address will not be published.