ସାମସଙ୍ଗ୍‌ର ନୂଆ ବଜେଟ୍‌ ଫୋନ୍‌

0

ଦକ୍ଷିଣ କୋରିଆ କମ୍ପାନୀ ସାମ୍‌ସଙ୍ଗ୍‌ ସୋମବାର ଦିନ ଭାରତରେ ଗ୍ୟାଲେକ୍ସି ଏମ୍‌ ସିରିଜ୍‌ର ଦୁଇଟି ନୂଆ ଫୋନ୍‌ ଲଞ୍ଚ କରିଛି ଗ୍ୟାଲେକ୍ସି ଏମ୍‌୧୦ ଓ ଗ୍ୟାଲେକ୍ସି ଏମ୍‌୨୦ । ଏହି ଦୁଇଟି ଯାକ ଫୋନ୍‌ ବଜେଟ୍‌ ଫୋନ୍‌ ହୋଇଥିବାବେଳେ ଶାଓମିକୁ ଟMର ଦେବା ଉଦ୍ଦେଶ୍ୟରେ ଏହାର ପ୍ରସ୍ତୁତି କରାଯାଇଛି । ଏହି ଦୁଇଟିଯାକ ଫୋନ୍‌ରେ ଇନ୍‌ଫିନିଟି-ଭି ଡିସ୍‌ପ୍ଲେ ରହିଛି । ୫ ଫେବୃୟାରୀରୁ ଆମାଜନ୍‌ ଓ ସାମସଙ୍ଗର ଅଫିସିଆଲ୍‌ େୱବ୍‌ସାଇଟ୍‌ରେ ଏମ୍‌ସିରିଜ୍‌ର ଏମ୍‌୧୦ ଓ ଏମ୍‌ ୨୦ର ବିକ୍ରି ଆରମ୍ଭ ହେବ । ଗ୍ୟାଲେକ୍ସି ଏମ୍‌୧୦ରେ ୨ରୁ ୩ ଜିବି ରାମ୍‌, ୧୬ରୁ ୩୨ ଜିବି ଷ୍ଟୋରେଜ୍‌ ହୋଇଥିବାବେଳେ ଏହାର ମୂଲ୍ୟ ୭୯୯୦ରୁ ୮୯୯୦ ଟଙ୍କା । ସେହିପରି ଏମ୍‌୨୦ରେ ୩ରୁ ୪ ଜିବି ରାମ୍‌, ୩୨ରୁ ୬୪ ଜିବି ଷ୍ଟୋରେଜ୍‌ ରହିଛି ଯାହାର ମୂଲ୍ୟ ୧୦,୯୯୦ରୁ ୧୨୯୯୦ ଟଙ୍କା ରହିଛି । ଦୁଇଟି ଯାକ ଫୋନ୍‌ରେ ଡୁଆଲ୍‌ କ୍ୟାମେରା ରହିଛି । ଯାହାର ପ୍ରାଇମେରୀ ସେନ୍‌ସର ୧୩ ମେଗାପିକ୍ସେଲ ଓ ସେକେଣ୍ଡାରୀ ସେନ୍‌ସର୍‌ ୫ ମେଗାପିକ୍ସେଲ ରହିଛି । ଏମ୍‌୧୦ରେ ୫ ମେଗାପିକ୍ସେଲ ଓ ଏମ୍‌୨୦ରେ ୮ ମେଗାପିକ୍ସେଲ ଫ୍ରଣ୍ଟକ୍ୟାମେରା ରହିଛି । ଏହି ଦୁଇଟି ଫୋନ୍‌ରେ ଫିଙ୍ଗରଫ୍ରିଣ୍ଟ ସେନ୍‌ସର ମଧ୍ୟ ରହିଛି ।

Leave A Reply

Your email address will not be published.