ଗୌହାଟି, ୨୭/୧୨: ଆସାମର ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରେଟିକ ଫଣ୍ଡର ମୁଖ୍ୟ ତଥା ସାଂସଦ ବଦରୁଦ୍ଦୀନ ଅଜମଲ ଏକ ସାମ୍ବାଦୀକ ସମ୍ମିଳନୀରେ ଜଣେ ସାମ୍ବାଦିକଙ୍କ ମୁଣ୍ଡ ଫଟେଇବାର ଧମକ ଦେଇଛନ୍ତି । ଏପରିକି ସେହି ଦଳର କର୍ମୀ ଏବଂ ତାଙ୍କ ସମର୍ଥକ ମାନେ ସାମ୍ବାଦିକ ଜଣଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିବା ଜଣା ପଡିଛି । ସୂଚନା ଅନୁଯାୟୀ, ବଦରୁଦ୍ଦୀନ ଅଜମଲ ଆସାମର ଧୁବରୀ ଲୋକସଭା ଆସନରୁ ସାଂସଦ ଅଟନ୍ତି ଛ ପଞ୍ଚାୟତ ର୍ନିବାଚନରେ ଦକ୍ଷୀଣ ସାଲମାରା ଜିଲ୍ଲାରେ ଜିତିଥିବା ପାର୍ଥିଙ୍କୁ ନେଇ ସେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ତେବେ ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ୨୦୧୯ ଲୋକସଭା ର୍ନିବାଚନ ସହ ଜଡିତ ଏକ ପ୍ରଶ୍ନ କରିଥିଲେ । ଭବିଷ୍ୟତରେ ଏଆଇୟୁଡିଏଫ୍ କେଉଁ ଦଳ ସହ ମେଣ୍ଟ କରିବାର ଯୋଜନା କରୁଛି ବୋଲି ସେ ପଚାରିଥିଲେ । ଏହାର ଉତ୍ତରରେ ଅଜମଲ ସାମ୍ବାଦିକଙ୍କୁ ଅପଶବ୍ଦ କହି ଗାଳି ଦେଇଥିଲେ । ସେ କହିଛନ୍ତି, ତାମେ ସବୁ ଏକ ପ୍ରକାରର, ମତେ ଟାର୍ଗେଟ କରିବାକୁ ଚାହୁଁଛ । କେତେ କୋଟି ଟଙ୍କାରେ ତମେ ବିଜେପି ପାଖରେ ବିକ୍ରି ହୋଇଛ? ଏଠୁ ପଳାଅ ନଚେତ ମୁଁ ତମ ମୁଣ୍ଡ ଫଟେଇଦେବି ଛ ଯାଅ ମୋ ବିରୁଦ୍ଧରେ କେସ୍ କର । ମୋ ସମର୍ଥନରେ ହଜାର ହଜାର ଲୋକ ଅଛନ୍ତି ।
ତେବେ ଅଜମଲଙ୍କ ଏହି ଅସଦାଚାରଣ ବ୍ୟବହାର ଯୋଗୁଁ ସାମ୍ବାଦିକ ଜଣକ ତାଙ୍କ ବିରୁଦ୍ଧରେ ପୋଲିସରେ ଅଭରେଯାଗ କରିଛନ୍ତି ।