ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ୫ ଲକ୍ଷ କରାଯାଉ : ବିରୋଧୀ ଦଳ ନେତା

0

ଭୁବନେଶ୍ବର,୨୫/୧୧ : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସ୍ବାସ୍ଥ୍ୟବୀମା ପରିମାଣ ୨ ଲକ୍ଷ ଟଙ୍କା ରହିଛି। ଏହାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ବିଧାନସଭାରେ ଦାବି କରିଥିଲେ। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କ‌ହିଲେ, ନିକଟରେ ଢେଙ୍କାନାଳ ଯାଇଥିଲା ବେଳେ ସେଠାକାର ପ୍ରେସ୍ କ୍ଲବ୍ ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଥିଲା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିବାରୁ ସାମ୍ବାଦିକଙ୍କ ମଧ୍ୟ ସେହି ପରିମାଣର ସ୍ବାସ୍ଥ୍ୟବୀମା ଦେବାକୁ ସେମାନେ ଦାବି କରିଥିଲେ। ଏହି ଦାବି ଯଥାର୍ଥ ବୋଲି ଶ୍ରୀ ମିଶ୍ର ଦର୍ଶାଇବା ସହ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରିଥିଲେ। ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।

Leave A Reply

Your email address will not be published.