ସାରାଙ୍କ ଚାହାତ୍‌ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ, ୧୨/୧୧: ଏବେ ନୂଆ ନାୟିକାଙ୍କ ମଧ୍ୟରୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ । ନିକଟରେ ସାରା ଏବଂ ତାଙ୍କ ପିତା ସୈଫ ଅଲ୍ଲୀ ଖାନଙ୍କୁ କରନ ଜୋହରଙ୍କ ଲୋକପ୍ରିୟ ଟକ୍‌ ଶୋ ‘କଫି ୱିଥ କରନ’ରେ ଦେଖିବାକୁ ମିଳିଥିଲା । ଏହି ଶୋ’ ମାଧ୍ୟମରେ ସାରା ନିଜ ବିଷୟରେ ଏପରି କିଛି ରୋମାଞ୍ଚକ କଥା କହିଥିଲେ ଯାହା ହୁଏତ ଆପଣମାନେ ଜାଣି ନଥିବେ।
ଶୋ’ରେ ସାରାଙ୍କୁ ପ୍ରଶ୍ନ କରାଯାଇଥିଲା କି, ସେ କେଉଁ ବଲିଉଡ ଅଭିନେତାଙ୍କୁ ଡେଟ କରିବାକୁ ପସନ୍ଦ କରିବେ ଏବଂ କେଉଁ ଅଭିନେତାଙ୍କୁ ବିବାହ କରିବାକୁ ଚାହିଁବେ । ତେବେ ଏହି ପ୍ରଶ୍ନର ଉତ୍ତର ଖୁବ୍‌ ରୋମାଞ୍ଚକର ଥିଲା । ସେ ତୁରନ୍ତ ଜବାବ ଦେଇ କହିଥିଲେ, ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ କରିବାକୁ ଚାହିଁବେ । କି;ୁ ବିବାହ ପ୍ରଶ୍ନରେ ସାରା ଭିନ୍ନ ଏକ ଜବାବ ଦେଇଥିଲେ । ସେ ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର କାପୁରଙ୍କ ସହ ବିବାହ କରିବାକୁ ଚାହିଁବେ ବୋଲି ସାରା କହିଥିଲେ । ସୂଚନାଯୋଗ୍ୟ, ସାରା ଅଲ୍ଲୀ ଖାନ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡରେ ପାଦ ଦେବେ । ଏଥିରେ ତାଙ୍କ ବିପକ୍ଷରେ ସୁସାନ୍ତ ସିଂହ ରାଜପୁତଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମଟି ଡିସେମ୍ବର ୭ରେ ରିଲିଜ ହେବ ।