ସିଏଏ: ଉତ୍ତରପ୍ରଦେଶରେ ୬ ମୃତ

ଲକ୍ଷ୍ନୌ୨୦/୧୨: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍‌ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।” ପୁଲିସ୍‌ ସୂଚନା ଅନୁଯାୟୀ, ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ଭଲ, ଫିରୋଜାବାଦ, ମିରଟ୍‌ ଏବଂ କାନପୁରରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଆମେ କାହାକୁ ଗୁଳି ମାରିନୁ। ଯଦି କିଛି ଗୁଳି ଚାଲିଥିବ ଏହା ଆନ୍ଦୋଳନକାରୀମାନେ ଚଲାଇଥିବେ।”