ଅମିତାଭ ବଚ୍ଚନ ଓ ତାପସି ପାନୁଙ୍କ ଅଭିନୀତ ଫିଲ୍ମ ‘ବଦ୍ଲା’ ଏବେ ପ୍ରେକ୍ଷାଳୟରେ । ଏହା ଏକ ଥ୍ରିଲର୍ ଫିଲ୍ମ । ଫିଲ୍ମରେ ଅମିତାଭ ଜଣେ ଓକିଲ ଭୂକିକାରେ ଅଭିନୟ କରିଥିବାବେଳେ ତାପସି ଜଣେ ଆଧୁନୀକ ଝିଅର ଚରିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମରେ ତାପସିଙ୍କୁ କେହି ଜଣେ ବ୍ଲାକ୍ମେଲ୍ କରୁଛି । ବ୍ଲାକ୍୍ମେଲିଂର କିଛିଦିନ ବିତିଗଲା ପରେ କେହିଜଣେ ତାପସିଙ୍କ ବୟଫ୍ରେଣ୍ଡ୍ଙ୍କ ମର୍ଡର କରିଦିଏ । ତେବେ ଫିଲ୍ମରେ ଏହି ମିଷ୍ଟ୍ରୀ ମର୍ଡର କେସ୍ ଉପରୁ ପର୍ଦା ଉଠାଉଛନ୍ତି ଓକିଲ ଭୂମିକାରେ ଅଭିନୟ କରିଥିବା ଅମିତାଭ ବଚ୍ଚନ । ବଡ଼ ପରଦାରେ ଦ୍ୱିତୀୟଥର ପାଇଁ ଏକାଠି ନଜର ଆସିଛନ୍ତି ବିଗ୍ ବି ଅମିତାଭ ଓ ତାପସି । ଏହା ପୂର୍ବରୁ ଏ ଦୁହେଁ ଫିଲ୍ମ ‘ପିଙ୍କ୍’ଜରିଆରେ ଏକାଠି ହୋଇଥିଲେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜୟ ଘୋଷ । ଥ୍ରିଲର ଫିଲ୍ମ ବନେଇବାରେ ମାହିର ସୁଜୟ ପୂର୍ବରୁ କାହାଣୀ ଓ କାହାଣୀ୨ର ନିର୍ଦ୍ଦେଶନା ଦେଇ ସାରିଛନ୍ତି । ଶାହାରୁଖ ଖାନ୍ଙ୍କ କମ୍ପାନୀ ରେଡ୍ଚିଲ୍ଲିଜ୍ ଏହି ଫିଲ୍ମଟିକୁ ନିର୍ମାଣ କରିଛି । ସେପଟେ ସମ୍ପୂର୍ଣ୍ଣ ଫିଲ୍ମଟି ବିଦେଶରେ ଶୁଟ୍ କରାଯାଇଥିବାବେଳେ ଫିଲ୍ମ ନିର୍ମାତା ଏଥିରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଥିବା କଥା କୁହାଯାଉଛି ।