ନୂଆଦିଲ୍ଲୀ, ୧୨/୧୧ : କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଅଭିଯୋଗ ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଏକ ବନ୍ଦ ଲଫାପାରେ ସୋମବାର ସୁପ୍ରିମ କୋର୍ଟଙ୍କୁ ହସ୍ତାନ୍ତର କରିଛନ୍ତି । ଏହା ସହ ଏହି ମାମଲାର ସୁଣାଣି ଆସନ୍ତା ଶୁକ୍ରବାର ଦିନ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯୋଗ୍ୟ, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଲଗାଯାଇଥିବା ଭ୍ରଷ୍ଟାଚାର ଅଭିଯୋଗର ତଦନ୍ତ ପାଇଁ ଅକେଫାବର ୨୬ ରେ ସୁପ୍ରିମକୋର୍ଟ ସିଭିସିକୁ ନିର୍ଦ୍ଦେଶ ଦେଇଥିଲେ । ୨ ସପ୍ତାହ ମଧ୍ୟରେ ତଦନ୍ତ ସାରି ସୁପ୍ରିମ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ବର୍ମାଙ୍କ ବିରୋଧରେ ଚାଲିଥିବା ତଦନ୍ତର ତଦାରଖ କରିବାକୁ ସୁପ୍ରିମ୍କୋର୍ଟ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଏକେ ପଟ୍ଟନାୟକଙ୍କୁ ନିଯୁକ୍ତ କରିଥିଲେ, ଯାହା ୧୦ ନଭେମ୍ବର ରେ ଶେଷ ହୋଇଥିଲା । ଅନ୍ୟପକ୍ଷରେ ସିବିଆଇ ମୁଖ୍ୟ ନାଗେଶ୍ୱର ରାୱ ମଧ୍ୟ ଏଜେନ୍ସି ମୁଖ୍ୟ ହିସାବରେ ୨୩ ଅକେଫାବର ପରେ ନେଇଥିବା ସମସ୍ତ ନିଶ¬ତିର ରେପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରିଥିଲେ । ସୂଚନା ଯୋଗ୍ୟ ଯେ, ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ପ୍ରମୁଖ ବର୍ମା ଓ ତଦନ୍ତ ଏଜେନ୍ସୀର ରାକେଶ ଅସ୍ଥାନାଙ୍କୁ ଅକେଫାବର ୨୩ରେ ଛୁଟିରେ ପଠାଇ ଦିଆଯାଇଥିଲା । ଆସ୍ଥାନା ର୍ବମାଙ୍କ ଉପରେ ଲାଞ୍ଚ ନେବାର ଅଭିଯୋଗ ଆଣିଥିଲେ । ଏହା ପରେ ସିବିସି ଏହି ମାମଲା ତଦନ୍ତ ଅରମ୍ଭ ହୋଇଥିଲା ।
Prev Post
Next Post