ସିରିଆ ଶିବିରର ଅବାଞ୍ଛିତ ଅନ୍ତେବାସୀ

0

ସିରିଆର ଉତ୍ତର-ପୂର୍ବବର୍ତ୍ତୀ ଶରଣାର୍ଥୀ ଶିବିରରେ ୪୦ଟି ଦେଶର ପ୍ରାୟ ୭ ହଜାର ମହିଳା ଓ ଶିଶୁ ଅମାନବୀୟ ପରିବେଶରେ ରହିଛନ୍ତି । ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ଦଖଲରେ ଥିବା ଶେଷ ସହର ବଗୌଜକୁ ମିଳିତ ବାହିନୀ ଘେରଉ କରିବା ପରଠାରୁ ଗତ ୩ ମାସ ଭିତରେ ୫୮ ହଜାର ମହିଳା ଓ ଶିଶୁ ଜୀବନ ରକ୍ଷା ପାଇଁ ଏହି ଶିବିରକୁ ଚାଲିଆସିଛନ୍ତି । ସେମାନେଙ୍କ ମଧ୍ୟରେ ଅଛନ୍ତି ୫ ହଜାର ଶିଶୁ ଯେଉଁମାନେ ବିଦେଶୀ ନାଗରିକଙ୍କ ସନ୍ତାନ । ଏମାନେ ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଏବଂ ୟୁରୋପରୁ ଆସି ଆଇଏସ୍‌ରେ ଯୋଗ ଦେଇଥିବା ଜିହାଦୀମାନଙ୍କ ସନ୍ତାନ । ବିଦେଶୀ ଜିହାଦୀମାନଙ୍କ ପନିୀମାନେ କହିଛନ୍ତି ସେମାନଙ୍କୁ ଆଇଏସ୍‌ ସମ୍ପର୍କରେ କିଛି ନ ଜଣାଇ ସିରିଆ ଅଣାଯାଇଥିଲା । ସିରିଆ କର୍ତ୍ତୃପକ୍ଷଙ୍କ ପାଇଁ ଏମାନେ ଅବାଞ୍ଛିତ ହୋଇପଡ଼ିଛନ୍ତି । ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଇ ନାହିଁ । ଶିବିରରେ ଥିବା ପ୍ରାୟ ୫ ହଜାର ବିଦେଶୀ ନାଗରିକଙ୍କ ସନ୍ତାନମାନେ ଦୟନୀୟ ଅବସ୍ଥାରେ ରହିଛନ୍ତି । ଇତିମଧ୍ୟରେ ୧୦୮ ପିଲା ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି । ନୂଆକରି ଆସିଥିବା ମହିଳା ଶରଣାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ଗର୍ଭବତୀ । ବଗୌଜରୁ ଶିବିର ପର୍ଯ୍ୟନ୍ତ ଆସିବା ଲାଗି ୭ ଘଣ୍ଟା ଲାଗୁଛି । କେତେକ ମହିଳା ଆସିବା ବାଟରେ ପ୍ରସବ କରିଛନ୍ତି ।

Leave A Reply

Your email address will not be published.