ସୁଇସ ବ୍ୟାଙ୍କ ପ୍ରକାଶ କରିବ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମ

0

ନୂଆଦିଲ୍ଲୀ,୨୭/୫: ସୁଇଜରଲ୍ୟାଣ୍ଡ ବ୍ୟାଙ୍କ ନାମ ଗୋପନ ରଖି କଳାଟଙ୍କା ରଖିବାର ଏକ ପ୍ରମୁଖ ଠିକଣା। ଏବେ ଏହି ବ୍ୟାଙ୍କ କଳାଟଙ୍କା ରଖିଥିବା ଭାରତୀୟ ଜମାକାରୀଙ୍କ ନାମ ପ୍ରକାଶ କରିବ। ଦୀର୍ଘ ଦିନରୁ ଭାରତ ସରକାର ଏଥିପାଇଁ ପ୍ରୟାସ କରୁଥିଲେ ମଧ୍ୟ ଏବେ ଏହି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି ସୁଇଜରଲ୍ୟାଣ୍ଡ ସରକାର। ଏ ନେଇ ସୁଇଜରଲାଣ୍ଡ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡ଼ିଛି।

ଗତ ସପ୍ତାହରେ ୧୧ ଜଣ ଭାରତୀୟ ସୁଇସ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ସୁଇଜରଲ୍ୟାଣ୍ଡ ସରକାର ନୋଟିସ୍ ପଠାଇଛନ୍ତି। ତେବେ ଏହା ପୂର୍ବରୁ ସୁଇଜରଲ୍ୟାଣ୍ଡ ସରକାର ମାର୍ଚ୍ଚ ମାସରେ ୧୪ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ ପଠାଇଥଲେ ବୋଲି ଜଣାପଡ଼ିଛି। ଆକାଉଣ୍ଟଧାରୀ ମାନେ ଯଦି ତାଙ୍କ ବାବଦରେ ସୂଚନା ପ୍ରକାଶ କରିବା ପାଇଁ ଚାହୁଁ ନାହାନ୍ତି ତାହେଲେ ଏଥିପାଇଁ ଏକ ଅପିଲ କରିପାରିବେ ବୋଲି ନୋଟିସରେ ଉଲ୍ଲେଖ ରହିଛି। ଏଥିପାଇଁ ୩୦ଦିନ ସମୟ ଦିଆଯାଇଛି ଏବଂ ଏହା ଅନ୍ତିମ୍ ଅପିଲ୍ ହେବ ବୋଲି ନୋଟିସରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଯଦି ଅପିଲ୍ ନକରିବେ ତାହେଲେ ସୁଇଜରଲ୍ୟାଣ୍ଡ ସରକାର ତାଙ୍କର ଜମାରାଶି ସଂକ୍ରାନ୍ତ ସମ୍ପୂର୍ଣ୍ଣ ତଥ୍ୟ ଭାରତ ସରକାରକୁ ଦେବେ।

Leave A Reply

Your email address will not be published.