ସୁକ୍‌ମାରେ ଗୁଳିବିନିମୟ: ୮ ନକ୍ସଲ ନିହତ, ୨ ଯବାନ ସହୀଦ

0

ମାଲକାନଗିରି, ୨୬/୧୧ : ମାଲକାନଗିରି ସୀମାନ୍ତ ଛତିଶଗଡର ମାଓ ପ୍ରବଣ ଅଞ୍ଚଳ ସୁକୁମାଠାରେ ସୋମବାର ଆତଙ୍କବାଦୀ ଓ ସେନାର ସୁରକ୍ଷାବାହିନୀ ମୁହାଁ ମୁହିଁ ହୋଇଛନ୍ତି । ଏଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗୁଳିବିନିମୟରେ ୨ ଜଣ ଯବାନ ସହୀଦ ହୋଇଛନ୍ତି । ସୁକ୍‌ମାର ଏସପି ଅଭିଷେକ ମାଣୀ କହିଛନ୍ତି କି, ଏହି ଏନକାଉଣ୍ଟର ସୋମବାର ସକାଳୁ ସକଲାର ଗ୍ରାମରେ ହୋଇଥିଲା । ସୁକ୍‌ମା ଜିଲ୍ଲାର ସକଲାର ଗ୍ରାମରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଏସଟିଏଫ ଏବଂ ଡିଆରଜୀ ମିଳିତ ଭାବରେ ଏହି ଏନକାଉଣ୍ଟର କରିଥିଲେ । ସେ କହିଛନ୍ତି ଯେ, ଏନକାଉଣ୍ଟରରେ ୭ରୁ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୨ ଜଣ ଡିଆରଜି ଯବାନ ସହୀଦ ହୋଇଛନ୍ତି । ଏହା ପୂର୍ବରୁ ଛତିଶଗଡର ନକ୍ସଲ ପ୍ରଭାବିତ ସୁକ୍‌ମା ଜିଲ୍ଲାରେ ପୋଲିସ ପକ୍ଷରୁ କରାଯାଇଥିବା ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିଲା ।

Leave A Reply

Your email address will not be published.