ନୂଆଦିଲ୍ଲୀ, ୧୦/୧୨: ଦେଶର ସବୁଠାର ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ସୁଧ ଦର ବୃଦ୍ଧି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ରେଟକୁ ସ୍ଥିର ରଖିବାର ନିଷ୍ପତି ପରେ ବର୍ତମାନ ବ୍ୟାଙ୍କ ନିଜ ମାର୍ଜିନାଲ କଷ୍ଟ୍ ଅଫ ଫଣ୍ଡ ଲ୍ୟାଣ୍ଡିଂ ରେଟରେ ୦.୫ ପ୍ରତିଶତ ବୃଦ୍ଧି କରିଛି । ନୂଆ ସୁଧ ମୂଲ୍ୟ ଆଜିଠାରୁ ଲାଗୁ ହୋଇଯାଇଛି । ଏହା ଦ୍ୱାରା ଲୋକଙ୍କୁ ବର୍ତମାନ ସମନ୍ତ ପ୍ରକାର ଲୋନ ଯେମିତିକି, ହୋମ ଲୋନ, ପର୍ସନାଲ ଲୋନ, ଗାଡି ଲୋନ, ଶିକ୍ଷା ଆଦି ପାଇଁ ଅଧିକ ଇଏମଆଇ ଦେବାକୁ ହେବ ।
ତିନି ବର୍ଷ ପର୍ଯ୍ୟନ୍ତ ଅବଧି ଲୋନ ଉପରେ ସୁଧ ଦରକୁ ବଢାଇଛନ୍ତି । ଏବେ ବ୍ୟାଙ୍କର ଏକ ମାସିକ ଅବଧି ଥିବା ଏମସିଏଲଆର (ମାର୍ଜିନାଲ କଷ୍ଟ୍ ଅଫ ଫଣ୍ଡ ଲ୍ୟାଣ୍ଡିଂ ରେଟ) ୮.୧୫ ପ୍ରତିଶତରୁ ବଢି ୮.୨୦ ପ୍ରତିଶତ ହୋଇ ଯାଇଛି । ଏକ ବର୍ଷ ଅବଧି ଥିବା ଏମସିଏଲଆର ୮.୫୦ ପ୍ରତିଶତ ବଢି ୮.୫୫ ପ୍ରତିଶତ ହୋଇଛି । ସେହି ଭଳି ତିନି ବର୍ଷ ଅବଧି ଥିବା ଋଣ ପାଇଁ ଆପଣଙ୍କୁ ୮.୭୦ ପ୍ରତିଶତ ସ୍ଥାନରେ ୮.୭୫ ପ୍ରତିଶତ ସୁଧ ଦେବାକୁ ପଡିବ ।