ନୂଆଦିଲ୍ଲୀ ,୪/୨ : ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଡୁଆ ବଢିବାରେ ଲାଗିଛି । ଆଡିସନାଲ ଚିଫ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ କୋର୍ଟ କେସକୁ ସେସନ କୋର୍ଟକୁ ପଠାଇଦେଇଛନ୍ତି । ଶଶି ଥରୁରଙ୍କ ମାମଲାରେ ଶୁଣାଣି ସେସନ କୋର୍ଟରେ ହେବ । ସ୍ୱାମୀ କୋର୍ଟରେ ଶୁଣାଣିରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ, କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରିଜ କରିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ ଫେବ୍ରୁଆରୀରେ ହେବ ।
ସୂଚନାଯୋଗ୍ୟ ଯେ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଶଶି ଥରୁର ଅଭିଯୁକ୍ତ ଅଛନ୍ତି । ୨୦୧୪ ମସିହାରେ ସୁନନ୍ଦାଙ୍କ ମୃତ୍ୟୁ ଦିଲ୍ଲୀର ଗୋଟିଏ ବିଳାଶମୟ ହୋଟେଲେ ହୋଇଥିଲା । ପ୍ରଥମରେ ଏହାକୁ ଆତ୍ମହତ୍ୟା କୁହାଯାଉଥିଲା । ଏହି ଘଟଣାର ଆରମ୍ଭରେ ବିଜେପି ନେତା ସୁବ୍ରମଣୀୟମ ସ୍ୱାମୀ ହତ୍ୟା ଅଭିଯୋଗ ଆଣିଥିଲେ । କୋର୍ଟ ଏହି ମମଲାର ଶୁଣାଣି ଆସନ୍ତା ଫେବ୍ରୁଆରୀ ୨୧ରେ କରିବେ ।
ଏଠାରେ ସୂନାଯୋଗ୍ୟ ଯେ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଶଶି ଥରରୁଙ୍କୁ ଦିଲ୍ଲୀର ପଟିୟାଲା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୁନନ୍ଦାଙ୍କୁ ଆତ୍ମହତ୍ୟା କରିବା ପାଇଁ ଶଶି ଥରରୁ ବାଧ୍ୟ କରିଥିବା କୋର୍ଟ କହିଥିଲେ । ଦିଲ୍ଲୀ ପୋଲିସ ଦାଖଲ କରିଥିବା ୩ ହଜାର ପୃଷ୍ଠାର ଚାର୍ଜସିଟକୁ ଅନୁଧ୍ୟାନ କରି ଏହି ରାୟ ଦେଇଥିଲେ ।