ପ୍ରଥମେ ଦୁଇ ପାଦକୁ ଲମ୍ବାଇ ବସ;ୁ । ବାମ ପାଦ ମୋଡ଼ି ତା’ର ଗୋଇଠିକୁ ଜନନେନ୍ଦ୍ରିୟ ମଧ୍ୟଭାଗରେ ରଖ;ୁ । ଡାହାଣ ପାଦ ବାମ ପାଦର ଜଙ୍ଘ ପାଖରେ ଭୂମି ଉପରେ ସିଧା ଭାବେ ରଖ;ୁ । ଡାହାଣ ଆଣ୍ଠୁ ପଛକୁ ମୋଡ଼;ୁ ଯେପରି ଆଣ୍ଠୁ ବାମ ହାତ କାଖ ତଳେ ରହିବ । ବାମ ହାତରେ ବାମ ଗୋଡ଼ର ଆଣ୍ଠୁକୁ ଧରନ୍ତୁ । ଶରୀରକୁ ଯେତେ ସମ୍ଭବ ଡାହାଣକୁ ମୋଡ଼ି ରଖନ୍ତୁ । ଡାହାଣ ହାତ ପଛ ଆଡ଼କୁ ଧୀରେ ଧୀରେ ବୁଲାଇ ଡାହାଣ ଗୋଡ଼ର ଗୋଇଠିକୁ ଧରନ୍ତୁ । ମୁହଁ ଡାହାଣକୁ ରଖନ୍ତୁ । ସିଧା ହୋଇ ବସନ୍ତୁ । ଏଇ ଅବସ୍ଥାରେ ୫/୧୦ସେକେଣ୍ଡ ବସିବା ପରେ ବିଶ୍ରାମ କରି ପୁଣି ବିପରୀତ ଦିଗରେ ଏହି ଆସନଟିକୁ କରନ୍ତୁ । ମେରୁଦଣ୍ଡ ସିଧାରଖି ଓ ଶ୍ୱାସ କ୍ରିୟା ସ୍ୱାଭାବିକ କରନ୍ତୁ । ମୁଖମଣ୍ଡଳ ପୂର୍ବ ଦିଗକୁ ରହିବ । ନିୟମିତ ଆସନ କରିବା ଦ୍ୱାରା ମେରୁଦଣ୍ଡ ସିଧା ଓ ମଜଭୁତ ରହିବ । କୁଣ୍ଡଳିନୀକୁ ଶକ୍ତି ଜାଗ୍ରତ ହୁଏ । ଫୁସ୍ଫୁସ୍ ଓ ହୃଦୟ ସବଳ ହୁଏ । ଯକୃତ ଦୋଷ ଦୂରହୁଏ । ରକ୍ତ ସଞ୍ଚାଳନ ଠିକ୍ ହୁଏ ।