ସେତୁ ଯୋଡ଼ୁଛି ଦେଶ

0

ଭାରତର ଚାରିପାଖେ ଆରବ ସାଗର, ବଙ୍ଗାଲ୍‌ ଖାଡି ଏବଂ ହିନ୍ଦ ମହାସାଗର ରହିଛି । ଏହି ସମୁଦ୍ରରେ ନିର୍ମିତ ସେତୁ ଆମ ଦେଶ ସହିତ ଅନ୍ୟ ଦେଶକୁ ସଂଯୋଗ କରୁଛି । ବିଭିନ୍ନ ଦେଶକୁ ଏହି ସେତୁ ସବୁ ସଂଯୋଗ କରୁଥିବାରୁ ଏହାର ଲମ୍ବ ଖୁବ୍‌ ଦୀର୍ଘ । ସେଥିମଧ୍ୟରୁ ରାମ ସେତୁ ତାମିଲନାଡ଼ୁରୁ ଉତ୍ତର ଶ୍ରୀଲଙ୍କାକୁ ସଂଯୋଗ କରୁଛି । ଏହା ବ୍ୟତୀତ ଭାରତରେ ଆହୁରି ଚାରିଟି ସେତୁ ରହିଛି ଯାହା ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯୋଡ଼ିଥାଏ । ଅଧିକାଂଶ ସମୁଦ୍ରରେ ପ୍ରସ୍ତୁତ ସେତୁଗୁଡ଼ିକ ମୁମ୍ବାଇରେ ହିଁ ଦେଖିବାକୁ ମିଳେ ।
ପାମବନ୍‌ ରେଲ୍‌ ବ୍ରିଜ୍‌-ପାକ୍‌ ଷ୍ଟ୍ରିଟ୍‌
ପାମବନ୍‌ ରେଲ୍‌ ବ୍ରିଜ୍‌କୁ ଇନ୍ଦିରା ଗାନ୍ଧି ବ୍ରିଜ୍‌ ନାମରେ ମଧ୍ୟ ଜଣାଯାଏ । ଏହା ରାମେଶ୍ୱରମ୍‌କୁ ପାମବନ୍‌ ଆଇଲ୍ୟାଣ୍ଡ ସହିତ ଯୋଡ଼ୁଛି । ଏହି ବ୍ରିଜ୍‌ଟିକୁ ଭାରତର ଦ୍ୱିତୀୟ ସବୁଠାରୁ ଲମ୍ବା ବ୍ରିଜ୍‌ ଭାବେ ଜଣାଯାଏ । ଏହାର ଲମ୍ବା ୨.୩କିଲୋମିଟର ।
ବାନ୍ଦ୍ରା-ବର୍ଲି ସି ଲିଙ୍କ, ମାହିମ େୱ
ବନ୍ଦ୍ରା-ବର୍ଲି ସାମୁଦ୍ରିକ ବ୍ରିଜ୍‌କୁ ରାଜୀବ ଗାନ୍ଧି ବ୍ରିଜ୍‌ ବୋଲି ମଧ୍ୟ କୁହାଯାଏ । ଏହି ବ୍ରିଜ୍‌ଟି ମଧ୍ୟ ଭାରତର ସବୁଠାରୁ ଲମ୍ବା ବ୍ରିଜ୍‌ମାନଙ୍କ ମଧ୍ୟରୁ ଗୋଟେ । ଏହି ବ୍ରିଜ୍‌ଟି ମାହିମ୍‌ େୱରେ ବାନ୍ଦ୍ରାଠାରୁ ବର୍ଲିକୁ ଯୋଡ଼ୁଛି । ଏହି ବ୍ରିଜ୍‌ ୫.୬କି.ମି. ପର୍ଯ୍ୟନ୍ତ ୮ଟି ଲେନ୍‌ ଟ୍ରାଫିକ୍‌କୁ କଣ୍ଟ୍ରୋଲ୍‌ କରିଥାଏ ।
ବାଶି
ବାଶି ବ୍ରିଜ୍‌କୁ ଥାଣେ କ୍ରିକ୍‌ ବ୍ରିଜ୍‌ ବି କୁହାଯାଏ । ଏହି ବ୍ରିଜ୍‌ ମୁମ୍ବାଇ ସହରକୁ ଥାଣେ ଖାଡି ସହିତ ଯୋଡିଥାଏ । ବାଶି ବ୍ରିଜ୍‌ ମୁମ୍ବାଇ ଏବଂ ନୂତନ ମୁମ୍ବାଇକୁ ସଂଯୋଗ କରିବା ସହିତ ଏହି ବ୍ରିଜ୍‌ଟି ହେଉଛି ମୁମ୍ବାଇର ଚତୁର୍ଥ ପ୍ରବେଶ୍‌ ପଥ ।
ଅରେଲି ବ୍ରିଜ୍‌, ଥାଣେ କ୍ରିକ୍‌
ଅରେଲି ବ୍ରିଜ୍‌ ଅନ୍ୟ ଏକ ବ୍ରିଜ୍‌ ଯାହା ମୁମ୍ବାଇକୁ ନୂତନ ମୁମ୍ବାଇ ସହିତ ଯୋଡ଼ିଥାଏ । ଏହାର ଲମ୍ବ ୩.୮କିଲୋମିଟର ପର୍ଯ୍ୟନ୍ତ ବ୍ୟାପୀଛି । ବେଲାପୁର ଏବଂ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍‌ ହାଇେୱକୁ ମଧ୍ୟ ଏହା ଯୋଡ଼ି ହୋଇ ରହିଛି ।

Leave A Reply

Your email address will not be published.